Only for Entertainment

ଗୋଲାପ ପଛର କାହାଣୀ ।

india.com
0 52

ଗୋଲାପକୁ ସମସ୍ତେ ଭଲ ପାଆନ୍ତି । ସେ ଯେଉଁ ରଙ୍ଗର ମଧ୍ୟ ହୋଇଥାଉ । ବିଶେଷ କରି ପ୍ରପୋଜ କରିବା ସମୟରେ ଗୋଲାପ ଫୁଲର ବ୍ୟବହାର କରଯାଏ । ଗୋଲାପ ହେଉଛି ପ୍ରେମର ପ୍ରତୀକ ଏବଂ ଫୁଲ ମାନଙ୍କ ମଧ୍ୟରେ ରାଜା । ନିଜର ସୁନ୍ଦରତା ଏବଂ ମନମୋହକ ବାସ୍ନା ପାଇଁ ଗୋଲାପ ସମସ୍ତଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ତିଆରି କରିପାରିଛି । ସାରା ଦୁନିଆରେ ପ୍ରାୟ ୧୦୦ ପ୍ରଜାତିର ଗୋଲାପ ଫୁଲ ରହିଛି ।

ସିରିୟାର ସେହଜାଦି ହଳଦିଆ ଗୋଲାପକୁ ପ୍ରେମ କରୁଥିଲେ । ମୁଗଲ ବେଗମ ନୂରଜହାଁଙ୍କର ପ୍ରିୟ ଥିଲା ଲାଲ ଗୋଲାପ । ନୂରଜହାଁଙ୍କ ହୃଦୟକୁ ଖୁସି କରିବା ପାଇଁ ତାଙ୍କ ସ୍ୱାମୀ ପ୍ରତିଦିନ ତାଙ୍କ ମହଲକୁ ଟନ ଟନ ଗୋଲାପ ଫୁଲ ପଠାଉଥିଲେ । କେବଳ ସେତିକି ନୁହେଁ ଗୋଲାପର ପରଫ୍ୟୁମ ନୂରଜାହାଁ ହିଁ ଆବିଷ୍କାର କରିଥିଲେ ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ମଧ୍ୟ ଗୋଲାପର ଦିୱାନା ଥିଲେ । ସେଥିପାଇଁ ସେ ପ୍ରତିଦିନ ତାଙ୍କ ପକେଟରେ ଗୋଲାପ ଫୁଲ ରଖୁଥିଲେ । ୟୁରୋପର ଦୁଇଟି ଦେଶର ରାଷ୍ଟ୍ରୀୟ ଫୁଲ ମଧ୍ୟ ଧଳା ଓ ଲାଲ ଗୋଲାପ ।

କୁହାଯାଏ ଗୋଲାପକୁ ପ୍ରେମ,ଶାନ୍ତି,ବନ୍ଧୁତା ଆଦିର ପ୍ରତୀକ ମଧ୍ୟ କୁହାଯାଏ । ବିଶେଷ କରି-
ଧଳା ଗୋଲାପ ସୁଦ୍ଧତା,କୋମଳତା ଓ ବିନା ସର୍ତ୍ତର ପ୍ରେମକୁ ଦର୍ଶାଇଥାଏ ।
ହଳଦିଆ ଗୋଲାପ ବନ୍ଧୁତାକୁ ଦର୍ଶାଇଥାଏ ।
ଗୋଲାପୀ ରଙ୍ଗର ଗୋଲାପ କୋମଳତା,ବନ୍ଧୁତା,ନମ୍ରତା,କୃତଜ୍ଞତା ସହିତ ଏକ ନୂଆ ସଂପର୍କର ପ୍ରତୀକ ଅଟେ ।
ନାରଙ୍ଗୀ ରଙ୍ଗର ଗୋଲାପ ମୋହ ଏବଂ ଉତ୍ସାହକୁ ଦର୍ଶାଇଥାଏ ।
ଲାଲ ଗୋଲାପକୁ ପ୍ରେମର ପ୍ରତୀକ କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More