Only for Entertainment

ପୂର୍ବଥର ବଂଚାଇଥିଲେ ବରୁଣ ମାତ୍ର ଏଥର ସିଧା ଚଟାଣରେ ପଡିଲେ କାଜଲ !

ZEENEWS
0 97

ଡିସେମ୍ବର,୨୦୧୫ରେ ଆସିଥିବା ଶାହରୁଖ ଖାନ, କାଜଲ, ବରୁଣ ଧୱନ ଏବଂ କୃତି ସାନନଙ୍କ ଫିଲ୍ମ ‘ଦିଲବାଲେ’ପାଇଁ ପୂରା ଟିମ ନଭେମ୍ବର ୨୦୧୫ରେ ପୂରା ଟିମ ପ୍ରମୋସନରେ ବ୍ୟସ୍ତ ଥିଲେ । ଏହି ସମୟରେ ପ୍ରମୋସନ ଇଭେଂଟରେ ଷ୍ଟେଜରେ ଅଚାନକ କାଜଲଙ୍କ ଗୋଡ ହାଇ ହିଲ ସ୍ୟାଣ୍ଡଲ ପାଇଁ ମୋଡି ହୋଇଯାଇଥିଲା ଏବଂ ଏହି କାରଣରୁ ସେ ପଡିବାକୁ ଗଲାବେଳେ ତାଙ୍କୁ ବରୁଣ ଧୱନ ଧରି ପକାଇଥିଲେ ।

ଯଦି ଏଭଳି ବରୁଣ କରିନଥାନ୍ତେ ତ ନିଶ୍ଚୟ କାଜଲ ଷ୍ଟେଜରୁ ଗଳି ପଡିଥାନ୍ତେ । ମାତ୍ର ପୁଣି ଥରେ ଏହିଭଳି ଘଟିଛି କାଜଲଙ୍କ ସାଙ୍ଗରେ, କିନ୍ତୁ ,ଥର ବଂଚାଇବାକୁ ବରୁଣ ନଥିଲେ ସେଥିପାଇଁ କାଜଲ ସିଧା ଚଟାଣରେ ଗଳି ପଡିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ, ଘଟଣାଟି ଘଟିଛି ଶପିଂ ମଲରେ । କାଜଲ କୌଣସି ଏକ ପ୍ରମୋସନ ପାଇଁ ଶପିଂ ମଲ ଯାଇଥିଲେ । ଏହିକାରଣରୁ ତାଙ୍କ ସହ ତାଙ୍କର ସମସ୍ତ ବଡିଗାର୍ଡ ଥିଲେ । ମାତ୍ର ଚାଲୁ ଚାଲୁ ତାଙ୍କ ଗୋଡ ଖସି ଯାଇଥିଲା ଓ ସେ ତଳେ ପଡି ଯାଇଥିଲେ । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ୧୪ଘଂଟା ପୂର୍ବରୁ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓ ୬ଲକ୍ଷ ଥର ଦେଖାଯାଇସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More