Only for Entertainment

ଖୁବ ଶୀଘ୍ର ଏକତା କୌଳଙ୍କ ସହ ବିବାହ କରିବାକୁ ଯାଉଛନ୍ତି ସୁମିତ ବ୍ୟାସ ।

youtube
0 39

କରୀନା କପୁରଙ୍କ ସହ ଫିଲ୍ମ ‘ବୀରେ ଦି ୱେଡିଂ’ରେ ପରଦାରେ ଧମାଲ ମଚାଇବା ପରେ ଏବେ ସୁମିତ ବ୍ୟାସ ନିଜ ଟିଭି ଅଭିନେତ୍ରୀ ଗର୍ଲଫ୍ରେଣ୍ଡ ଏକତା କୌଲଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଖବର ମୁତାବିକ ଏହି ବିବାହ ଆସନ୍ତା ସେପ୍ଟେମ୍ବେରରେ ଜମ୍ମୁରେ ଆୟୋଜନ କରାଯିବ । ଏହାପୂବରୁ ଦୁଇ ପରିବାର ମିଶି ବିବାହ ସମ୍ପର୍କରେ କଥା ହୋଇ ସାରିଲେଣି । ‘ବୀରେ ଦି ୱେଡିଂ’ ସ୍କ୍ରିନିଂରେ ଏହି ଯୋଡିଙ୍କ ସହ ସୁନୀଲଙ୍କ ମା’ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଏକତାଙ୍କ ପରିବାର ଅନେକାଂଶ ଲୋକ ଜମ୍ମୁରେ ବାସ କରନ୍ତି ଏବଂ ତାଙ୍କର ବିବାହ କାଶ୍ମୀର ରୀତିନୀତିରେ ଅନୁଷ୍ଠିତ ହେବ । ଏବେ ପର୍ଯ୍ୟନ୍ତ ଏହି ବିବାହର ଫାଇନାଲ ଡିଟେଲ୍ସ କିଛି ମିଳି ନାହିଁ । ମାତ୍ର ଏକତା ଟିଭି କଳାକାର ମାନଙ୍କୁ ନିମନ୍ତ୍ରଣ ଦେବା ଆରମ୍ଭ କରି ଦେଲେଣି ।

ଏବେ ପର୍ଯ୍ୟନ୍ତ ରିସେପସନ ଲୋକେସନ ମଧ୍ୟ ଠିକ କରାଯାଇନାହିଁ । ଅନେକ ଅନଲାଇନ ସିରିଜରୁ ଫେମସ ହୋଇଥିବା ସୁମିତ ବର୍ଷେ ହେଲା ଏକତାଙ୍କୁ ଡେଟ କରୁଛନ୍ତି । ଦୁହେଁ ଟିଭିର ଏକ ପ୍ରମୋ ସୁଟରେ ଦେଖାହୋଇଥିଲେ ଯାହା ରିଲିଜ ହୋଇ ନଥିଲା । ସୁମିତ ପୂର୍ବରୁ ଅଭିନେତ୍ରୀ ଶିବାନୀ ଟଙ୍କସଲେଙ୍କ ସହ ୨୦୧୦ରେ ବିବାହ କରିଥିଲେ । ଏହାପରେ ବିଗତ ବର୍ଷରେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More