Only for Entertainment

ଖରାଦିନେ କିପରି ନେବେ ମୁହଁର ଯତ୍ନ, ଜାଣି ରଖନ୍ତୁ

you tube
55

ଖରାଦିନ ମୁହଁର ବିଶେଷ ଭାବେ ଯତ୍ନ ନେବାକୁ ପଡ଼ିଥାଏ।  ଜାଣନ୍ତୁ , କିଛି ସହଜ ଉପାୟ ବିଷୟରେ କିପରି ଖରାଦିନେ ମୁହଁର ଯତ୍ନ ନେବେ..

ଖରାଦିନରେ ବାହାରକୁ ଯିବା ପୂର୍ବରୁ ନିଜ ମୁହଁ, ହାତ, ବେକ ଆଦି ଅଞ୍ଚଳରେ ସନକ୍ରିମ କିମ୍ବା ସନ ଲୋଶନ ଲଗାନ୍ତୁ। ମୁହଁରେ ସ୍କାର୍ଫ ବାନ୍ଧନ୍ତୁ।

ବାହାରୁ ଘରକୁ ଆସିବା ପରେ ମୁହଁକୁ ଓଦା କପଡ଼ାରେ ପୋଛିବା ପରେ କ୍ଲିନଜିଂ ମିଲ୍କରେ ପୋଛନ୍ତୁ।

ସପ୍ତାହକଚ ୨ ରୁ ୩ ଥର ମୁହଁରେ ଘିଁକୁଆରୀ ଲଗାନ୍ତୁ। କିଛି ସମୟ ଲଗାଇ ମୁହଁରେ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ।

ସପ୍ତାହକୁ ୨ ରୁ ୩ ଥର ଦହିରେ ବେସନ, ହଳଦୀ ଗୁଣ୍ଡ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁର ରଙ୍ଗ ଗୋରା ରହିବା ସହ ମୁହଁ ଉଜ୍ୱଳ ଦେଖାଯାଏ।

ଆଖିତଳ ଓ ମୁହଁର ଯେଉଁ ଅଂଶ କଳା ପଡ଼ୁଛି ସେଠାରେ କାକୁଡ଼ିକୁ ପେଷି ଏହାର ରସକୁ ଲଗାନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।

ଚନ୍ଦନ ଓ ତୁଳସୀକୁ ମିଶାଇ ଏହାକୁ ସପ୍ତାହକୁ ଥରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଶୀତଳ ରହିବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।

ନିୟମିତ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଗୋଲାପ ଜଳରେ ପୋଛି ଶୁଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More