Only for Entertainment

ଖରାଦିନେ ତ୍ୱଚାର ଯତ୍ନ ନେବ ବେସନ ।

Lindstrom Foods
27

ଖରାଦିନେ ଟ୍ୟାନ୍‌ର ସମସ୍ୟା ଦେଖାଯିବା ଅତି ସାଧାରଣ । ନିଜ ମୁହଁ ବା ଶରୀରର କୌଣସି ଅଙ୍ଗରୁ ଟ୍ୟାନ୍‌ କମ କରିବା ପାଇଁ ଗୋଟେ ଚାମଚ ବେସନରେ କିଛି ହଳଦୀ, ଲେମ୍ବୁୁ ରସ ଏବଂ ପାଣି ମିଶାଇ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାନ୍ତୁ ।

କିଛି ଲୋକଙ୍କ ମୁହଁରେ କେଶ ଉଠିବାର ସମସ୍ୟା ରହୁଥିବାରୁ ସେମାନେ ଓ୍ଵାକ୍ସିଙ୍ଗ ବା ବ୍ଲିଚିଙ୍ଗ କରାଇଥାନ୍ତି । ଯଦି ଆପଣଙ୍କ ମୁହଁରେ କେଶ ଉଠିବାର ସମସ୍ୟା ରହିଛି, ତେବେ ବେସନରେ ଲେମ୍ବୁ ଏବଂ ପାଣି ମିଶାଇ ମୁହଁରେ ଲଗାନ୍ତୁ । ଶୁଖିଯିବା ପରେ କେଶ ଉଠିଥିବା ସ୍ଥାନକୁ ଭଲ ଭାବରେ ରଗଡ଼ି ବେସନକୁ ଛଡ଼ାଇ ଦିଅନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କ ମୁହଁରୁ କେଶ ହଟିଯିବ ।

ଖରାଦିନେ ଟ୍ୟାନ୍‌ର ସମସ୍ୟା ଦେଖାଯିବା ଅତି ସାଧାରଣ । ନିଜ ମୁହଁ ବା ଶରୀରର କୌଣସି ଅଙ୍ଗରୁ ଟ୍ୟାନ୍‌ କମ କରିବା ପାଇଁ ଗୋଟେ ଚାମଚ ବେସନରେ କିଛି ହଳଦୀ, ଲେମ୍ବୁୁ ରସ ଏବଂ ପାଣି ମିଶାଇ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାନ୍ତୁ ।

ବଢ଼ୁଥିବା ପ୍ରଦୂଷଣ ଏବଂ ମେକ୍‌ଅପ୍‌ ପାଇଁ ମୁହଁ ଖରାପ ହୋଇ ଯାଇଥାଏ । ମୃତ କୋଷିକା ଗୁଡ଼ିକ ବଢ଼ି ଯାଉଥିବାରୁ ମୁହଁ କଳା ଦେଖାଯିବାକୁ ଲାଗିଥାଏ । ଏଭଳି ସମସ୍ୟାକୁ ଦୂର କରିବା ପାଇଁ ବେସନରେ କଞ୍ଚା କ୍ଷୀର ମିଶାଇ ଲଗାନ୍ତୁ । ତ୍ୱଚା ଉଜ୍ୱଳ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More