Only for Entertainment

ଅଧିକ ସମୟ ଖରାରେ ବୁଲି ବୁଲି ସନବର୍ଣ୍ଣ ହୋଇଯାଇଥିଲେ କରନ୍ତୁ ଏହି ସରଳ ଉପାୟ

wikihow
41

ସନବର୍ଣ୍ଣ ସମସ୍ୟା ହେବା ଦ୍ୱାରା ସୁନ୍ଦରତାରେ ଖରାପ ପ୍ରଭାବ ପଡିବା ସହ ତ୍ୱଚା ଜଳାପୋଡା ଓ କୁଣ୍ଢେଇ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ କହିବାକୁ ଯାଉଛୁ,ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣ ସନବର୍ଣ୍ଣ ସମସ୍ୟାରୁ ମୁକ୍ତି ପାଇ ପାରିବେ ।

 ସନବର୍ଣ୍ଣ ସମସ୍ୟାକୁ ଦୂର କରିବାକୁ ହେଲେ ଦୁଇ ଚାମଚ ଟମାଟର ରସରେ ଗୋଟେ ଚାମଚ ଲେମ୍ବୁ ରସ ଏବଂ ଗୋଟେ ଚାମଚ ଦହି ମିଶାଇ ତ୍ୱଚାରେ ଲଗାନ୍ତୁ । ଅଧଘଂଟା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

 କଞ୍ଚା ଖୀରରେ ସାମାନ୍ୟ ହଳଦୀ ମିଶାଇ ତ୍ୱଚାରେ ଲଗାନ୍ତୁ । ୧୫ ମିନିଟ୍ ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ସନବର୍ଣ୍ଣ ହଟିଯାଏ ।

 ଅମୃତ ଭଣ୍ଡା ଏବଂ ମହୁ ପ୍ରୟୋଗରେ ମଧ୍ୟ ସନବର୍ଣ୍ଣ ସମସ୍ୟାକୁ ଦୂର କରି ପାରିବେ । ସେଥିପାଇଁ କଞ୍ଚା ଅମୃତ ଭଣ୍ଡା ପେଷ୍ଟରେ ଦୁଇ ଚାମଚ ମହୁ ମିଶାଇ ତ୍ୱାଚାରେ ଲଗାନ୍ତୁ । ପେଷ୍ଟଟି ଶୁଖିଗଲା ପରେ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

 ଲେମ୍ବୁ ରସ ମଧ୍ୟ ସନବର୍ଣ୍ଣ ହଟେଇବାରେ ଖୁବ୍ ସହାୟକ ହୋଇଥାଏ । ସେଥିପାଇଁ ଉଷୁମ ପାଣିରେ ଚାରି ଚାମଚ ଏବଂ ସାମାନ୍ୟ ହଳଦୀ ମିଶାଇ ତ୍ୱଚାରେ ଲଗାନ୍ତୁ । ୧୫ ମିନିଟ୍ ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More