Only for Entertainment

ଭଉଣୀକୁ ନିର୍ଯ୍ୟାତନା ଦେଉଛନ୍ତି ହ୍ରିତିକଙ୍କ ପରିବାର, ଭାଇର ଶତ୍ରୁକୁ ସହାୟତା ମାଗିଲେ ସୁନୈନା ।

Deccan Chronicle
26

କଙ୍ଗନା ଏବଂ ହ୍ରିତିକଙ୍କ ମଧ୍ୟରେ ହୋଇଥିବା ବିବାଦ ବିଷୟରେ କିଏ ବା ନ ଜାଣେ । କିନ୍ତୁ ହଠାତ ହ୍ରିତିକଙ୍କ ଭଉଣୀ ସୁନୈନା କଙ୍ଗନାଙ୍କୁ ସାହାଯ୍ୟ ମାଗୁଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ମଙ୍ଗଳବାର ଟୁଇଟ୍‌ କରି ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନଙ୍କ ଭଉଣୀ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଟୁଇଟ୍‌ରେ ସେ କଙ୍ଗନାଙ୍କୁ ସମର୍ଥନ କରୁଥିବା କଥା ଲେଖିବା ପରେ ଚାରିଆଡ଼େ ଚହଳ ପଡ଼ି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ବୁଧବାର କଙ୍ଗନାଙ୍କ ଭଉଣୀ ଆଉ ଏକ ଚାଞ୍ଚଲ୍ୟକର ଟୁଇଟ୍‌ କରିଛନ୍ତି । ରିତିକ୍‌ଙ୍କ ଭଉଣୀ ସୁନୈନାଙ୍କୁ ତାଙ୍କ ଘରେ ଶାରୀରିକ ଏବଂ ମାନସିକ ସ୍ଥରରେ ନିର୍ଯ୍ୟାତନା ଦିଆଯାଉଥିବା ଲେଖିଛନ୍ତି ରଙ୍ଗୋଲି ଚନ୍ଦେଲ ।

 

ଟୁଇଟ୍‌ରେ, ସୁନୈନା ରୋଶନ କଙ୍ଗନାଙ୍କୁ ସାହାଯ୍ୟ ମାଗୁଛନ୍ତି । ସୁନୈନା ଜଣେ ମୁସ୍‌ଲିମ୍‌ ଯୁବକଙ୍କ ଭଲ ପାଉଥିବାରୁ ତାଙ୍କ ଘରେ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଛନ୍ତି । ପୂର୍ବ ସପ୍ତାହରେ ଜଣେ ମହିଳା ପୁଲିସକର୍ମୀଙ୍କୁ ଘରକୁ ଆଣି ସୁନୈନାଙ୍କୁ ଚାପୁଡ଼ା ମରାଇବା ସହ ତାଙ୍କ ବାପା ରାକେଶ ରୋଶନ ସୁନୈନାଙ୍କୁ ମାଡ଼ ମାରିଥିଲେ । ତାଙ୍କ ଭାଇ ରିତିକ୍‌ ତାଙ୍କୁ ଘର ଭିତରେ ବନ୍ଦ କରି ରଖିବାକୁ ଚେଷ୍ଟା କରୁଛନ୍ତି ।

ସୁନୈନା ବାରମ୍ବାର କଙ୍ଗନାଙ୍କୁ ଫୋନ କରି କାନ୍ଦିବା ସହ ସାହାଯ୍ୟ କରୁଛନ୍ତି । କିନ୍ତୁ କଙ୍ଗନା କିଭଳି ସାହାଯ୍ୟ କରିବେ ବୋଲି ଜାଣି ପାରୁ ନାହାନ୍ତି । ଆଶା କରୁଛି କି, ଏବେ ରୋଶନ ପରିବାରର ଅସଲ ଚେହେରା ସାମ୍ନାକୁ ଆସିବା ପରେ ସେମାନେ ଏଭଳି କରିବା ବନ୍ଦ କରିଦେବେ ବୋଲି ଲେଖିଛନ୍ତି ରଙ୍ଗୋଲି । ତାଙ୍କର ଏଭଳି ଟୁଇଟ୍‌ ଏବେ ଲୋକମାନଙ୍କ ମନରେ ନାନ ପ୍ରକାରର ପ୍ରଶ୍ନ ସୃଷ୍ଟି କରିଛି ।ସୂଚନା ମୁତାବକ, ସୁନୈନା ମଙ୍ଗଳବାର ଦୁଇଟି ଟୁଇଟ୍‌ କରିଥିଲେ ।ପ୍ରଥମ ଟୁଇଟ୍‌ରେ କଙ୍ଗନାଙ୍କୁ ସମର୍ଥନ କରୁଛି ବୋଲି ଲେଖିଥିବା ବେଳେ ଦ୍ୱିତୀୟ ଟୁଇଟ୍‌ରେ, ଲଗାତାର ନର୍କରେ ରହି ରହି ମୁଁ ଥକି ଗଲାଣି ବୋଲି ଲେଖିଥିଲେ ସୁନୈନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More