Only for Entertainment

Sunday Spl : ଘରେ ପ୍ରସ୍ତୁତ କରନ୍ତୁ ପଂଜାବୀ ଷ୍ଟାଇଲ ରାଜମା ପୁଲାଉ

Foods Recipes
35

ସାମଗ୍ରୀ-
ବାସୁମତୀ ଚାଉଳ- ୪ କପ, ପିଆଜ- ୩ଟି କଟା ହୋଇଥିବା, ହଳଦୀ-୧ ଚାମଚ, ଟମାଟୋ କେଚଅପ-୩ ଚାମଚ, ଗରମ ମସଲା- ୧ ଚାମଚ, ତେଲ- ୨ ଚାମଚ, ଜୀରା-୧ ଚାମଚ, ଟମାଟୋ- ୨ଟି କଟା ଯାଇଥିବା, ଲୁଣ- ୧ ଚାମଚ, ଲଙ୍କା ପାଉଡର- ୧ ଚାମଚ, ଡାଳଚିନି – ୧ ଖଣ୍ଡ, ସିଝା ରାଜମା- ୧କପ, ଘିଅ- ୧ ଚାମଚ

ପ୍ରଣାଳୀ-
ପ୍ରଥମେ ଚାଉଳକୁ ମିଡିଅମ ଆଂଚରେ ରାନ୍ଧି ସେଥିରୁ ପେଜ ଗାଳି ଦିଅନ୍ତୁ । ଏବେ ଏକ ପ୍ୟାନରେ ତେଲ ଏବଂ ଘିଅ ଗରମ କରି ସେ ଥିରେ ଜିରା ଫୁଟାନ୍ତୁ । ପରେ ଡାଳଚିନି, କଟା ଟମାଟୋ, ପିଆଜ, ଲୁଣ, ହଳଦୀ ପକାଇ ଭଲ ଭାବେ ଭାଜନ୍ତୁ । ପିଆଜ ବ୍ରାଉନ ହେବା ହେବା ପରେ ସେଥିରେ ରନ୍ଧା ଯାଇଥିବା ରାଇସ, ଲଙ୍କା ପାଉଡର, ଗରମ ମସଲା ଏବଂ ଟମାଟୋ କେଚ ଅପ ପକାନ୍ତୁ । ଶେଷରେ ରାଜମାକୁ ଏହି ମିଶ୍ରଣରେ ପକାଇ ଦୁଇ ମିନିଟ ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ । ରାଜମା ଭଲ ଭାବେ ସିଝିଗଲା ପରେ ଗ୍ୟାସ ଅଫ କରି ଦିଅନ୍ତୁ । ପ୍ରସ୍ତୁତ ହୋଇ ଗଲା ଆପଣଙ୍କ ରାଜମା ପୁଲାଉ । ଏହାକୁ ଆପଣଙ୍କ ପସନ୍ଦର ରାଇତା, ଚଟଣୀ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More