Only for Entertainment

ଶହିଦଙ୍କ ମା’ଙ୍କ କାହାଣୀ ଶୁଣି କାନ୍ଦି ପକାଇଲେ ଅଭିନେତା ସୁନୀଲ ସେଟ୍ଟୀ !

samacharnama
0 38

ଅଭିନେତା ସୁନୀଲ ସେଟ୍ଟୀ କହିଛନ୍ତି ଯେ ପରଦାରେ ଅଭିନୟ କରିବା ଖୁବ ସହଜ ମାତ୍ର ଦେଶ ପାଇଁ ଜୀବନ ଦେଇଥିବା ଯବାନ ମାନଙ୍କୁ ଦେଖିବା ଭାବନାତ୍ମକ ଅଟେ । ସୁନୀଲ ସେଟ୍ଟୀ ଏକ ପୁରସ୍କାର ସମାରୋହରେ କହିଥିବା ଏକ ଯବାନଙ୍କ ମା’ଙ୍କ କାହାଣୀ ଶୁଣି ଆଖିରେ ଲୁହ ଆସିଯାଇଥିବା କହିଛନ୍ତି । ସେହି ଯବାନଙ୍କ ମା’ କହିଥିଲେ କିଭଳି ଲଢେଇରେ ତାଙ୍କ ପୁଅକୁ ହରାଇଛନ୍ତି ।

 

କାରଗିଲ ଯୁଦ୍ଧରେ ଜୀବନ ଯାଇଥିବା ଯବାନଙ୍କ ପରିବାର ସହ ଦେଖା କରିବା ପାଇଁ ଯାଇଥିଲେ ସୁନୀଲ ସେଟ୍ଟୀ । ସେଠାରେ ଯବାନଙ୍କୁ ହରାଇଥିବା ମା’ଙ୍କର କରୁଣ କାହାଣୀ ଶୁଣି ସୁନୀଲ କାନ୍ଦି ପକାଇଥିଲେ । ସୁନୀଲ ତାଙ୍କ କଥା ଶୁଣି ସ୍ତବ୍ଧ ହୋଇଯିବାରୁ ସେହି ମହିଳା ଜଣକ କହିଥିଲେ ଯେ ଆପଣ କିଛି କହିବା ଦରକାର ନାହିଁ କାରଣ ଏହାପୂର୍ବରୁ ସେ ତାଙ୍କର ଆଉ ୨ଟି ପୁଅଙ୍କୁ ମଧ୍ୟ ଦେଶ ପାଇଁ ଲଢେଇ କରି ଶହିଦ ହୋଇଥିଲେ । ସୁନୀଲ କହିଛନ୍ତି ଯେ ଯେତେବେଳେ ସେ ‘ବଡର’ ଫିଲ୍ମ ସୁଟିଂ ପାଇଁ ଯାଇଥିଲେ ତାଙ୍କ ସହ ସୁଟିଂ ସମୟରେ କିଛି ଯବାନ ଥିଲେ ।

ସେମାନଙ୍କୁ ଦେଖି ସେ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ଆପଣମାନେ ଲଢେଇ କରିବା ପାଇଁ ଯାଆନ୍ତି ସେତେବେଳେ ଆପଣଙ୍କ ମନରେ କଣ ଚାଲିଥାଏ । ଏହା ଶୁଣି ଯବାନ ଜଣକ ଉତ୍ତର ଦେଇଥିଲେ ଯେ ସେ ସମୟରେ ସେ କେବଳ ଦେଶ ପାଇଁ ଲଢେଇ କରିବା କଥା ଚିନ୍ତା କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More