Only for Entertainment

‘ପହଲୱାନ’ର ପ୍ରଥମ ଲୁକ ରିଲିଜ, ‘ସରକାର’ ଭୂମିକାରେ ନଜର ଆସିଲେ ସୁନିଲ ଶେଟ୍ଟୀ

google
72

କିଛି ଦିନ ପୂର୍ବରୁ ଖବର ଶୁଣିବାକୁ ମିଳିଥିଲା ଯେ କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପଙ୍କ ଫିଲ୍ମ ‘ପହଲୱାନ’ରେ ବଲିଉଡ ଅଭିନେତା ସୁନିଲ ଶେଟ୍ଟୀ ନଜର ଆସିବେ । ମିଳିଥିବା ସୂଚନା ଅନୁସାରେ ସୁନିଲ ଶେଟ୍ଟୀ ଏହି ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ । ଫିଲ୍ମରେ ସେ ସରକାର ଚରିତ୍ରରେ ନଜର ଆସିବେ । ଏହି ବଡ ଘୋଷଣା ପରେ ମକର୍ସ ଏବେ ଫିଲ୍ମର ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଏହି ପୋଷ୍ଟରରେ ସୁନିଲ ଶେଟ୍ଟୀ ଦମଦାର ଭୂମିକାରେ ନଜର ଆସିଛନ୍ତି । ଅଭିନେତାଙ୍କ ଏହି ଅନ୍ଦାଜ ତାଙ୍କ ଫ୍ୟାନ୍ସମାନଙ୍କୁ ଖୁବ ପସନ୍ଦ ଆସିଛି ।

‘ପହଲୱାନ’ର ଏହି ପୋଷ୍ଟର କିଚ୍ଚା ସୁଦୀପ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କହିରଖୁଛୁ ଯେ କିଚ୍ଚା ସୁଦୀକ କର୍ଣ୍ଣାଟକ ସୁପରଷ୍ଟାର ଏବଂ ତାଙ୍କ ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥାନ୍ତି । ଏହା ପରେ ସୁନିଲ ଶେଟ୍ଟୀ ନିଜ ସୋସିଆଲ ମିଡିଆରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି ।

ରିପୋର୍ଟ ଅନୁସାରେ ଫିଲ୍ମ ‘ପହଲୱାନ’ ସଲମାନ ଖାନଙ୍କ ଫିଲ୍ମ ‘ସୁଲତାନ’ରୁ ପ୍ରେରିତ । ମେକର୍ସ ସଲମାନଙ୍କ ଫିଲ୍ମ ଦେଖିବା ପରେ ‘ପହଲୱାନ’ ନିର୍ମାଣ କରିବାର ନିର୍ଣ୍ଣୟ ନେଇଥିଲେ । ଫିଲ୍ମ ହିନ୍ଦୀ ବ୍ୟତିତ ତାମିଲ, ତେଲଗୁ, କନ୍ନଡ ଏବଂ ମାଲାୟଲମ ଭାଷାରେ ରିଲିଜ ହେବ । ୧୨ ସେପ୍ଟେମ୍ବର ୨୦୧୯ରେ ଫିଲ୍ମ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More