Only for Entertainment

ଏକାଠି ନଜର ଆସିବେ ବଲିଉଡର ଏହି ବାପ-ଝିଅ ଯୋଡି

firstpost
0 40

କିଛି ଦିନ ପର୍ବେ ଶୁଣିବାକୁ ମିଳିଥିଲା ଯେ ଅନିଲ କପୁର ଏବଂ ଝିଅ ସୋନମ କପୁର ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି । ଯେଉଁଥିଲେ ଏହି ରିୟଲ ବାପ-ଝିଅ ଯୋଡି ରିଲରେ ମଧ୍ୟ ବାପ-ଝିଅ ଭୂମିକାରେ ନଜର ଆସିବେ । ଏହାପରେ ଏବେ ଶୁଣିବାକୁ ମିଳୁଛି ବଲିଉଡର ଆଉ ଏକ ବାପ-ଝିଅ ଯୋଡି ଏକାଠି ନଜର ଆସିବେ । ସେ ହେଉଛନ୍ତି ସୁନୀଲ ସେଟ୍ଟୀ ଏବଂ ତାଙ୍କ ଝିଅ ଆଥିୟା । ଆପଣ ମନରେ ଆସୁଥିବ କେଉଁ ଫିଲ୍ମରେ ଦୁହେଁ ନଜର ଆସିବେ । ଏହି ପ୍ରଶ୍ନ ଉତ୍ତର ମଧ୍ୟ ଆମେ ଆପଣଙ୍କୁ ଦେବୁ ।

ତେବେ ଏହି ବାପ-ଝିଅ ଯୋଡି କୌଣସି ଫିଲ୍ମରେ ନୁହେଁ ବରଂ ସମାଜକୁ ସୁବାର୍ତ୍ତା ଦେଉଥିବା ଏକ ସ୍ୱଳ୍ପ ସମୟ ଭିଡିଓରେ ନଜର ଆସିବେ । ଖବର ଅନୁସାରେ ଆଥିୟା ଅଭିନୟ ବ୍ୟତିତ ତାଙ୍କ ମା’ ମାନାଙ୍କ ସହିତ ମିଶି ଏକ ଏନଜିଓ ମଧ୍ୟ ଚଲାଉଛନ୍ତି । ଏହି ଏନଜିଓ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛି ।

sunil

ନାରୀ ଶିକ୍ଷାର ପ୍ରସାର ପାଇଁ ଆଥିୟା ଏବେ ଏକ ନୂଆ ପ୍ରୋଜେକ୍ଟରେ କାମ କରିବା ଆରମ୍ବ କରିଛନ୍ତି । ଏବଂ ଏହାକୁ ପ୍ରଚାର କରିବା ପାଇଁ ସେ ଏକ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଯେଉଁଥିରେ ବାପା ସୁନୀଲ ସେଟ୍ଟୀ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏହି ଭିଡିଓର ସୁଟିଂ ବାପା- ଝିଅ ଉଭୟ ମିଶି ସୁଟିଂ କରିବେ । ଦୁହେଁ ଏହାକୁ ନେଇ ଖୁବ ଉତ୍ସହିତ ଥିବା ଜଣାପଡିଛି ।
ଅଥିୟା ଏହାକୁ ନେଇ କହିଛନ୍ତି ଏପରି କିଛି ମହତ ପ୍ରୟାସ ପାଇଁ ବାପାଙ୍କ ସହିତ କାମ କରିବାକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି ।

ଅନ୍ୟ ପକ୍ଷରେ ଉଭୟଙ୍କ ପ୍ରଶଂସକ ତାଙ୍କୁ ଏକାଠି ଦେଖିବାକୁ ଚାହିଁ ବସିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More