Only for Entertainment

ଯେତେବେଳେ ସୁନିଲ ଗ୍ରୋଭରଙ୍କୁ ଚାପୁଡ଼ା ମାରିଲେ କ୍ୟାଟ୍ରିନା କୈଫ ।

bollywood tadka
28

କମେଡ଼ିଆନ ଏବଂ ଆକ୍ଟର ସୁନିଲ ଗ୍ରୋଭର ଖୁବଶୀଘ୍ର ଫିଲ୍ମ ‘ଭାରତ’ରେ ନଜର ଆସିବେ । ଏହି ଫିଲ୍ମ ମାଧ୍ୟମରେ ସୁନିଲ ପ୍ରଥମ ଥର ସଲମାନ ଏବଂ କ୍ୟାଟ୍ରିନାଙ୍କ ସହିତ ସ୍କ୍ରିନ ଶେୟାର କରିବେ । ନିକଟରେ ଏକ ଇଂଟରଭ୍ୟୁରେ ସୁନିଲ ଗ୍ରୋଭର କେତେକ କଥାର ଖୁଲାସା କରିଛନ୍ତି । ସୁନିଲଙ୍କ କହିବା ଅନୁସାରେ କ୍ୟାଟ୍ରିନା ଏବଂ ସଲମାନଙ୍କ ସହିତ କାମ କରିବା ତାଙ୍କ ପାଇଁ ଖୁବ ମଜାଦାର ଥିଲା । ଏହା ସହିତ ସୁନିଲ ଫିଲ୍ମର ଏକ ଦୃଶ୍ୟକୁ ମଧ୍ୟ ମନେ ପକାଇଲେ ।

ଏହି ମଧ୍ୟରେ ସୁନିଲ ସେହି ଦୃଶ୍ୟ ବିଷୟରେ କହିଲେ ଯେତେବେଳେ କ୍ୟାଟ୍ରିନା ତାଙ୍କୁ ଚାପୁଡ଼ା ମାରିଥିଲେ । ଫିଲ୍ମରେ ସୁନିଲଙ୍କ ଚରିତ୍ରର ନାମ ହେଉଛି ବିଲାୟଚୀ । ବଲିଉଡ ହଙ୍ଗାମାକୁ ଦେଇଥିବା ଇଂଟରଭ୍ୟୁରେ ସୁନିଲ ଏହା କହିଛନ୍ତି ।

 

ତେବେ ଦୃଶ୍ୟରେ ସୁନିଲ କ୍ୟାଟ୍ରିନାଙ୍କୁ ଟଚ କରି ଚେକ କରୁଛନ୍ତି ସାର ନା ମ୍ୟାଡାମ । ସେହି ସମୟରେ ସେ ନିଜ ହସକୁ ଅଟକାଇ ପାରିଲେ ନାହିଁ । ଏହି ସମୟରେ କ୍ୟାଟ୍ରିନା ଯେତେବେଳେ ଚାପୁଡ଼ା ମରିଲେ ଜୋରରେ ଶବ୍ଦ ହେଲା । ଶବ୍ଦ ଶୁଣି ସଲମାନ ହସିବାକୁ ଲାଗିଲେ ଏବଂ କହିଲେ ଜୋର ସେ ଲଗା? ତେବେ ଏହି ଦୃଶ୍ୟ ଖୁବ କଷ୍ଟ ଥିଲା କହିଛନ୍ତି ସୁନିଲ ।

କହିରଖୁଛୁଯେ ଫିଲ୍ମରେ ସଲମାନ, କ୍ୟାଟ୍ରିନା ଏବଂ ସୁନିଲଙ୍କ ବ୍ୟତୀତ ତବୁ, ଦିଶା ପାଟନୀ ଏବଂ ଜ୍ୟାକି ସ୍ରଫ ଆଦି ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More