Only for Entertainment

ମନୋଜ ବାଜପେୟୀଙ୍କ ପାଦ ତଳେ ପଡ଼ିଗଲେ ଡାକ୍ତର ମଶହୁର ଗୁଲାଟୀ

hindirush
57

ୱେବସିରିଜ ‘ ଦ ଫ୍ୟାମିଲି ମ୍ୟାନ’ ମାଧ୍ୟମରେ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ସାଉଁଟିଥିବା ପ୍ରସିଦ୍ଧ କଳାକାର ମନୋଜ ବାଜେପୟୀ ଆଜିକାଲି ନିଜ ଦମଦାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ଏକ ଆକ୍ଟର ପାଇଁ ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ତାକୁ ତା ଆଖପାଖର ଲୋକ ପ୍ରଶଂସାରେ ପୋତି ପକାନ୍ତି । ଏବେ ନିକଟରେ ଏହିଭଳି ମନୋଜଙ୍କ ସହିତ ସେହିଭଳି କିଛି ହୋଇଛି । ଆଜ୍ଞା ହଁ ଆକ୍ଟର କାଷ୍ଟିଙ୍ଗ ଡାଇରେକ୍ଟର ମୁକେଶ ଛାବଡ଼ାଙ୍କ ଥିଏଟର ଫେଷ୍ଟରେ ସାମିଲ ହୋଇଥିଲେ । ଏଠାରେ ମନୋଜ ତାଙ୍କ ଫିଲ୍ମ ଗ୍ୟାଙ୍ଗସ ଅଫ ବାସେପୁର’ର ଷ୍ଟାରକାଷ୍ଟତିଗମାଂଶୁ ଧୁଲିୟା ଏବଂ ପିୟୁଷ ଶର୍ମାଙ୍କ ସହିତ ପହଂଚିଥିଲେ । ଏହି ଇଭେଂଟରେ ଯାହା ହେଲା ତାଙ୍କ ହୃଦୟ ଜିତିନେଲା ।

ଗତ ଗୁରୁବାରକୁ ସାନଦାର ଅଭିନୟ ପାଇଁ ତାଙ୍କୁ ସମ୍ମାନିତ କରାଗଲା । ଏଠାରେ କମେଡିଆନ ସୁନିଲ ଗ୍ରୋଭର ମଧ୍ୟ ପହଂଚିଥିଲେ । ନିଜ ଭାଷଣ ମାଧ୍ୟମରେ ମନୋଜ ତ ସମସ୍ତଙ୍କ ହୃଦୟ ଜିତିନେଲା କିନ୍ତୁ ସୁନିଲ ଗ୍ରୋଭର ଯାହା କଲେ ତାହା ପରେ କମେଂଟ ନ ଦେଇ କେହି ରହିପାରିଲେ ନାହିଁ । ଭାଷଣରେ ସୁନିଲ ଏତେ ପ୍ରଭାବିତ ହେଲେଯେ ନିଜକୁ ଅଟକାଇ ପାରିଲେ ନାହିଁ । ସୁନିଲ ମନୋଜଙ୍କ ପାଦ ତଳେ ପଡ଼ି ନଡ଼ିଆ ଚଢାଇଦେଲେ । ଯାହାପରେ ପୂରା ହଲ ତାଳି ମାଡ଼ରେ ଗୁଂଜି ଉଠିଲା ।

ପ୍ରଥମେ ତ ମନୋଜ ଏହା ବିଶ୍ୱାସ କରିପାରିଲେ ନାହିଁ, କିନ୍ତୁ ପରେ ସେ ଏତେ ଭଲପାଇବା ଦେଖି ସୁନିଲଙ୍କୁ କୁଣ୍ଢାଇ ପକାଇଲେ । ବାସ୍ତବରେ ଏହି ଦୃଶ୍ୟ ଥିଲା ଖୁବ ମନୋରମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More