Only for Entertainment

ବନ୍ଦ ହେବାକୁ ଯାଉଛି ସୁନିଲ ଗ୍ରୋଭରଙ୍କ ଶୋ ‘କାନପୁର ୱାଲେ ଖୁରାନାଜ’, ଜାଣନ୍ତୁ କାହିଁକି ।

instagram
27

କପିଲ ଏବଂ ସୁନିଲଙ୍କ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ଦୁଇ ଜଣଙ୍କୁ କମେଡ଼ିର କିଙ୍ଗ କୁହାଯାଏ । ଜଣେ ଅଭିନୟ କରି ହସାଉଥିବା ବେଳେ ଆଉ ଜଣେ କଥାରେ କଥାରେ ସାରା ଦେଶକୁ ହସାନ୍ତି । ତେବେ କମେଡ଼ିରେ ତଡ଼କା ସେତେବେଳେ ଆସେ ଯେତେବେଳେ ଦୁଇଜଣ ଏକା ସାଙ୍ଗରେ ଶୋ’ରେ ନଜର ଆସନ୍ତି । କିନ୍ତୁ ଦୁଇଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ବେହା ପରଠାରୁ ଉଭୟ ଭିନ୍ନ ଭିନ୍ନ ଶୋ ଆରମ୍ଭ କରିଛନ୍ତି । ଦୁଇଜଣଙ୍କୁ ଏକା ସାଙ୍ଗରେ ଦେଖିବା ଦର୍ଶକଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ତେବେ ସୁନିଲ ବାରମ୍ବାର ଯଦିଓ ନିଜର ଶୋ ଆରମ୍ଭ କରୁଛନ୍ତି ତାହା ଭଲ ଚାଲୁନାହିଁ ଏବଂ ପରବର୍ତ୍ତୀ ମୁହୂତ୍ତରେ ବନ୍ଦ ହୋଇଯାଉଛି । ଏବେ କପିଲଙ୍କ ଶୋ ଆରମ୍ଭ ହୋଇ ସାରିଛି । ବହୁ ଦିନ ପରେ ପରଦାକୁ ଫେରିବା ପରେ କପିଲଙ୍କ ଶୋ’କୁ ଭଲ ରେସପନ୍ସ ମିଳିଛି । ଅନ୍ୟ ପକ୍ଷରେ ସୁନିଲ ଚଲାଉଛନ୍ତି କାନପୁର ୱାଲେ ଖୁରାନାଜ ଶୋ । ଖବର ଅନୁସାରେ ଏହି ଶୋ ଏବେ ବନ୍ଦ ହେବାକୁ ଯାଉଛି ।

ପିଙ୍କିଭଲାକୁ ଦେଇଥିବା ଇଂଟରଭ୍ୟୁରେ ସୁନିଲ କହିଛନ୍ତିଯେ ଏହି ଶୋ ତାଙ୍କ ପାଇଁ ବନ୍ଦ ହେଉଛି । କାରଣ ସେ ୮ ସପ୍ତାହ ପାଇଁ ସାଇନ କରିଥିଲେ । ଏହା ପଛର କାରଣ ହେଉଛଇ ସେ ଫିଲ୍ମ ଭାରତ ସୁଟିଂ ପାଇଁ ଏହା ପୂର୍ବରୁ ସାଇନ କରିଛନ୍ତି । ଯେଉଁ କାରଣରୁ ଏହି ଶୋ ବନ୍ଦ କରିବାକୁ ପଡ଼ିବ । ସେ ଏହା ମଧ୍ୟ କହିଛନ୍ତିଯେ ପୂର୍ବରୁ ସେ ପ୍ରେସ କନଫରେନ୍ସ ଏବଂ ଇଂଟରଭ୍ୟୁରେ ଏହି କଥାର ପୃଷ୍ଟି କରିଥିଲେ । ତେବେ ସେ ଯାହା ହେଉ କପିଲଙ୍କ ଶୋ ଏବେ ମଧ୍ୟ ସୁନିଲଙ୍କୁ ସ୍ୱାଗତ କରୁଛି ଏହା ନିଜେ ସିଦ୍ଧୁ କହିଛନ୍ତି । ଦୁଇଜଣ ଯଦି ପୁଣିଥରେ ଏକା ସାଙ୍ଗରେ ସ୍କ୍ରିନ ଶେୟାର କରିବେ ଦର୍ଶକଙ୍କ ପାଇଁ ଏହା ନୂଆ ବର୍ଷର ଏକ ବଡ଼ ଉପହାର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More