Only for Entertainment

ଶିଶୁ କଳାକାରରୁ ନାୟିକା ।

odia 360
0 45

ବଲିଉଡ ହେଉ କିମ୍ବା ଓଲିଉଡ,ପ୍ରତ୍ୟେକ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶିଶୁ କଳାକାର ଅଭିନୟ କରିଥାନ୍ତି । ଆଉ ସେହି ଶିଶୁ କଳାକାର ଦିନେ ବଡ଼ ହୋଇ ନାୟକ କିମ୍ବା ନାୟିକା ଚରିତ୍ରରେ ନଜର ଆସନ୍ତି ଏବଂ ନିଛକ ଅଭିନୟରେ ସେମାନେ ଦର୍ଶକଙ୍କ ହୃଦୟକୁ କିଣି ନିଅନ୍ତି । ସନମୀରା ନଗେଶ ହେଉଛନ୍ତି ଜଣେ ସେହିଭଳି କଳାକାର । ଯିଏ ଶିଶୁ କଳାକାରରୁ ଆଜି ଲିଡ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି ।
ସୁନା ଚଢେଇ ମୋ ରୂପା ଚଢେଇରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିବା ସନମୀରା ଆକାଶେ କି ରଙ୍ଗ ଲାଗିଲା,ଶପଥ,ଆଲୋ ମୋର କଣ୍ଢେଇ ଭଳି ଫିଲ୍ମରେ ମଧ୍ୟ ଶିଶୁ କଳାକାର ଚରିତ୍ରରେ ଅଭିନୟ କରିଛନ୍ତି ।

ଏହାପରେ ସେ ସିଧାସଳଖ ନାୟିକା ଭାବରେ ନଜର ଆସିଥିଲେ ଫିଲ୍ମ ସପନର ପଥେ ପଥେରେ । । ଯେଉଁଥିରେ ସେ ବିଶେଷ ପରିଚିତ ହୋଇ ପାରିନଥିଲେ । କିନ୍ତୁ ଏବେ ସନମୀରା ଲୈଲା ଓ ଲୈଲା ଫିଲ୍ମରେ ଦର୍ଶକଙ୍କ ହୃଦୟକୁ କିଣି ନେବେ ବୋଲି ବିଶ୍ୱାସ କରାଯାଉଛି । ତେବେ ଫିଲ୍ମଟି ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More