Only for Entertainment

୩ଟି ଛୁଆର ମା’ ହେଲେ ସନି ଲିଓନ । ସେୟାର କଲେ ଦୁଇ ପୁଅଙ୍କ ଫଟୋ ।

aajtak
0 105

ସନି ଲିଓନ ଏବଂ ତାଙ୍କ ପତି ଡାନିଏଲ ବେବର ତାଙ୍କ ଫ୍ୟାନ୍ସ ମାନଙ୍କୁ ସବୁଠାରୁ ବଡ଼ ସରପ୍ରାଇଜ ଦେଇଛନ୍ତି । ସନି ଏବଂ ଡାନିଏଲ ଏବେ ୩ଟି ଛୁଆର ମାତା ପିତା ହୋଇ ସାରିଛନ୍ତି । ଏହି ସେଲିବ୍ରେଟୀ ଯୋଡ଼ି ତାଙ୍କ ଇଂଷ୍ଟାଗ୍ରାମ ଆକାଂଉଟରେ ଫଟୋ ପୋଷ୍ଟ କରିଛନ୍ତି । ସେଥିରେ ସନି ତାଙ୍କ ପ୍ରଥମ ଝିଅ ଏବଂ ଦୁଇ ପୁଅଙ୍କ ସହିତ ନଜର ଆସିଛନ୍ତି । ଗତ ବର୍ଷ ସନି ଏକ ଝିଅକୁ କୋଳେଇ ନେଇଥିଲେ । ସନି ଲିଓନ ତାଙ୍କ ଝିଅ ନାଁ ରଖିଛନ୍ତି ନିଶା ସିଂ କୌର । ଏବେ ସନି ଦୁଇ ପୁଅ ଅସର ସିଂ ବେବର ଏବଂ ନୋଆ ସିଂ ବେବରଙ୍କୁ ଆଣିଛନ୍ତି ।

ଫଟୋ ସେୟାର କରିବା ସମୟରେ ସନି ଲେଖଛନ୍ତିଯେ ବହୁ ଦିନ ଧରି ପତି ପତ୍ନୀ ୩ଟି ଛୁଆଙ୍କୁ ନେଇ ନିଜ ପରିବାର ସଂପୂର୍ଣ୍ଣ କରିବେ ବୋଲି ଇଛା ରଖିଥିଲୁ । ତେବେ ଦୁଇ ପୁଅଙ୍କ ଆସିବା ପରେ ତାଙ୍କର ଏହି ସ୍ୱପ୍ନ ସାକାର ହୋଇଛି ବୋଲି ସେ ଲେଖିଛନ୍ତି । ତାଙ୍କ ଦୁଇ ପୁଅ ଗତ କିଛି ଦିନ ହେବ ଜନ୍ମ ହୋଇଛନ୍ତି କିନ୍ତୁ ସେମାନେ ବହୁ ଦିନ ହେବ ତାଙ୍କ ଆଖି ଏବଂ ହୃଦୟରେ ଜୀବିତ ଥିଲେ ବୋଲି ସେ ଲେଖିଛନ୍ତି । ତେବେ ଭଗବାନଙ୍କର ଏହି ଦାନ ପାଇଁ ଖୁବ ଖୁସି ଥିବା କଥା ସେ ଲେଖଛନ୍ତି । ତେବେ ଏହା କନଫର୍ମ ହୋଇନାହିଁ ଯେ ସେମାନେ ଏହି ପିଲାଙ୍କୁ କୋଳେଇ ନେଇଛନ୍ତି ବା ସରୋଗସି ମାଧ୍ୟମରେ ଜନ୍ମ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More