Only for Entertainment

ଲୋକସଭା ସାଂସଦରେ ଏକାସହ ବସିବେ ନାହିଁ ସନି ଦେଓଲ ଏବଂ ହେମା ମାଲିନୀ, ଜାଣନ୍ତୁ ଏହାର କାରଣ !

82

ବଲିଉଡ ଅଭିନେତା ସନି ଦେଓଲ ଏବଂ ଅଭିନେତ୍ରୀ ହେମା ମାଲିନୀ ଦୁହେଁ ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ଦିଗ୍ଗଜ ଅଭିନେତା ଧର୍ମେନ୍ଦ୍ରଙ୍କ ପୁଅ ସନି ଦେଓଲ ପଂଜାବ ଗୁରୁଦାସପୁରରୁ ଏବଂ ହେମାମାଲିନୀ ୟୁପିର ମଥୁରାରୁ ନିର୍ବାଚନ ଲଢିଥିଲେ । ଦୁହେଁ ବଡ ଭୋଟରେ ବିଜୟ ହାସଲ କରିଛନ୍ତି । ନିର୍ବାଚନ ଜିତିବା ପରେ ସାସଂଦରେ ଉପସ୍ଥିତ ରହିବେ ମାତ୍ର ଦୁହେଁ ଏକାସହ ବସିବେ ନାହିଁ । ଏହାପଛର କାରଣ ଆମେ ଆପଣଙ୍କୁ ବତାଉଛୁ ।

ଅସଲରେ ଦୁହେଁ ଏକାଠି ନ ବସିବାର କାରଣ ଦୁହିଁଙ୍କ ସମ୍ପର୍କର ତିକ୍ତତା ନୁହେଁ, କାରଣ ଆଉ କିଛି । ହେମା ମାଲିନୀ ସିନିଅର ସାଂସଦ ଅଟନ୍ତି ଏବଂ ସନି ଦେଓଲ ପ୍ରଥମ ଥର ସାଂସଦରେ ଉପସ୍ଥିତ ରହିବେ । ଏହିକାରଣରୁ ହେମା ମାଲିନୀ ଆଗ ସିଟରେ ବସିବେ ଏବଂ ନବନିର୍ବାଚିତ ସାଂସଦ ପଛ ସିିଟରେ ବସିବେ ।

ସନି ଦେଓଲ ପ୍ରଥମ ଥର ନିର୍ବାଚନରେ ବିଜେପି ତରଫରୁ ଲଢେଇ କଲେ ଏବଂ ପ୍ରଥମଥରରେ ହିଁ ଜିତ ହାସଲ କରିଛନ୍ତି । ଆଗରୁ ଏହି ସିଟରେ ଦିବଙ୍ଗତ ଅଭିନେତା ବିନୋଦ ଖନ୍ନା ଥିଲେ । ତାଙ୍କର ନିଧନ ପରେ ଶୁଣିବାକୁ ମିଳିଥିଲା ଯେ ଏହି ସିଟରେ ତାଙ୍କ ପତ୍ନୀଙ୍କୁ ଟିକେଟ ମିଳିବ , ମାତ୍ର ପାର୍ଟି ଧର୍ମେନ୍ଦ୍ରଙ୍କ ପୁଅକୁ ଟିକେଟ ଦେବା ପାଇଁ ନିଷ୍ପତ୍ତି ନେଲା ।

ସନି ଦେଓଲ ନିର୍ବାଚନ ଲଢିବା ପୂର୍ବରୁ ଅନେକ ପ୍ରସ୍ତୁତି କରିଥିଲେ । ନା କେବଳ ନିଜ ସାଂସଦୀୟ କ୍ଷେତ୍ରରେ ବୁଲି ବୁଲି ଲୋକଙ୍କୁ ଦେଖା କରିଥିଲେ ବରଂ ନିଜ ଇଲାକାର ଲୋକଙ୍କ ସମସ୍ୟାର ତାଲିକା ମଧ୍ୟ ପ୍ରସ୍ତୁତ କରିଥିଲେ । ଏବେ ଦେଖିବାକୁ ବାକି ରହିଲା ଯେ ନିର୍ବାଚନ ଜିତ ହାସଲ କଲାପରେ ଲୋକଙ୍କ ପାଇଁ କଣ କଣ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More