Only for Entertainment

ସନି ଦିଓଲ କରିନେଇଥିଲେ ଡିମ୍ପଲ କପାଡିଆଙ୍କ ସହ ବିବାହ, ପରେ ସାମ୍ନାକୁ ଆସିଥିଲା ଏଭଳି ସତ !

208

ବଲିଉଡ ଅଭିନେତା ସନି ଦେଓଲ ଆଜି ନିଜ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି । ଯୁବାବସ୍ଥାରେ ସନି ବଲିଉଡରେ ପାଦ ରଖିଥିଲେ । ସେହି ସମୟରୁ ତାଙ୍କ ଅଫେୟାର ଚର୍ଚ୍ଚା ଖୁବ ଜୋର ଧରିଥିଲା । ସନିଙ୍କ ନାଁ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ସହ ଯୋଡା ଯାଇଥିଲା । ଗୋଟିଏ ସମୟ ଥିଲା ଯେତେବେଳେ ସନିଙ୍କ ହୃଦୟ ବିବାହ ପରେ ଡିମ୍ପଲ କପାଡିଆଙ୍କୁ ନିଜ ମନ ଦେଇ ବସିଥିଲେ । ଶୁଣିବାକୁ ମିଳଇଥିଲା ଯେ ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଉଥିଲେ କିନ୍ତୁ ଏସମ୍ପର୍କରେ ଦୁହେଁ କେବେ ଖୋଲାଖୋଲି ଭାବେ ସ୍ୱୀକାର କରିନାହାନ୍ତି ।

ସନି ଏବଂ ଡିମ୍ପଲ ଲଣ୍ଡନରେ ହାତ ଧରାଧରି ହୋଇଥିବା ସ୍ପଟ ହୋଇଥିଲେ । ଦୁହିଁଙ୍କ ପ୍ରଥମ ଫିଲ୍ମ ୧୯୮୪ରେ ଆସିଥିବା ମଂଜିଲ-ମଂଜିଲ’ଥିଲା । ଏହି ଫିଲ୍ମ ସୁଟ ସମୟରେ ଦୁହେଁ ନିକଟତର ହୋଇଥିଲେ । ଉଭୟଙ୍କୁ ନେଇ ଏଭଳି ଖବର ଶୁଣିବାକୁ ମିଳିଥିଲା ଯେ ଦୁହେଁ ବିବାହ କରି ନେଇଛନ୍ତି, କିନ୍ତୁ ଏହାର କୌଣସି ପ୍ରମାଣ ମିଳିନଥିଲା । ଚାରିଆଡେ ତାଙ୍କ ବିବାହର ଚର୍ଚ୍ଚା ଶୁଣିବାକୁ ମିଳିଥିଲା । ଏଠାରେ ଆମେ କହି ରଖୁଛୁ ଯେ ସେମାନଙ୍କ ସମ୍ପର୍କ ପାଖାପାଖି ୧୧ବର୍ଷ ଚାଲିଥିଲା ।

ସନିଙ୍କ ନାଁ ଡିମ୍ପଲଙ୍କ ବ୍ୟତୀତ ଅଭିନେତ୍ରୀ ଅମୃତା ସିଂଙ୍କ ସହ ମଧ୍ୟ ଯୋଡା ଯାଇଛି । ସନିଙ୍କ ପ୍ରଥମ ଫିଲ୍ମ ‘ବେତାବ’ଥିଲା, ଯେଉଁଥିରେ ସେ ଅମୃତାଙ୍କ ସହ କାମ କରିଥିଲେ । ଦୁହିଁଙ୍କ କାମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ଏବଂ ଫିଲ୍ମ ହିଟ ମଧ୍ୟ ହୋଇଥିଲା । ସୁଟିଂ ସମୟରେ ହିଁ ଅମୃତା ସନିଙ୍କୁ ଭଲ ପାଇ ବସିଥିଲେ । ପରଦା ଭଳି ଅସଲ ଜୀବନରେ ମଧ୍ୟ ଦୁହିଁଙ୍କ ସମ୍ପର୍କ ନିକଟତର ହେବାକୁ ଲାଗିଥିଲା । କିନ୍ତୁ ଏହି ସମ୍ପର୍କ ବେଶୀ ସମୟ ଧରି ଚାଲି ପାରିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More