ବ୍ରିଗେଡିୟର କୁଲଦୀପ ସିଂଙ୍କ ଦେହାନ୍ତ, ‘ବର୍ଡର’ ଫିଲ୍ମରେ ସନ୍ନି ଦେଓଲ ତୁଲାଇଥିଲେ ଏହି ମହାନ ବ୍ୟକ୍ତିଙ୍କ ଭୂମିକା!
୧୯୭୧େରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ଭାରତର ନାୟକ ବ୍ରିଗେଡିୟର କୁଲଦୀପ ସିଂ ଚାନ୍ଦପୁରୀଙ୍କର ଶନିବାର ଦେହାନ୍ତ ହୋଇଛି । ‘ବର୍ଡର’ ଫିଲ୍ମରେ ସନ୍ନି ଦେଓଲ ବହାଦୂର କୁଲଦୀପଙ୍କ ଭୂମିକା ତୁଲାଇଥିଲେ । ଯିଏ କି ଏହି ଯୁଦ୍ଧରେ ପାକିସ୍ତାନୀ ମାନଙ୍କୁ ଧୂଳି ଚଟାଇଥିଲେ । କୁଳଦୀପ ସିଂଙ୍କ ନିଧନ ଖବର ଶୁଣି ସନି ଦେଓଲ ଖୁବ ଦୁଖିତ ଅନୁଭବ କରିଛନ୍ତି ।
ବ୍ରିଗେଡିୟର କୁଲଦୀପ ସିଂଙ୍କ ମୃତ୍ୟୁକୁ ନେଇ ଦୁଖୀତ ଏବଂ ଏହି ମହାନ ଯବାନଙ୍କ କରଜ ସୁଝି ପାରିବୁ ନାହିଁ ବୋଲି ସନି ଦେଓଲ ନିଜ ଟ୍ୱିଟର ଅକାଉଂଟରେ କୁଲଦୀପ ସିଂଙ୍କ ଫଟୋ ଶେୟାର କରି ଲେଖିଛନ୍ତି ।
Sad to know that Brigadier Kuldeep Chandpuri passed away today .
We will forever stay indebted to this great soldier ?? pic.twitter.com/XLcU3exIoa— Sunny Deol (@iamsunnydeol) November 17, 2018
୧୯୭୧ରେ ହୋଇଥିବା ଯୁଦ୍ଧରେ ତାଙ୍କ ଟିମ ଖୁବ ସାହସିକତାର ସହ ଯୁଦ୍ଧ କରିଥିଲେ । ଏହି ଯୁଦ୍ଧକୁ ନେଇ ଫିଲ୍ମ ପ୍ରସ୍ତୁତ ହୋଇଥିଲା ‘ବର୍ଡର’ ।ଏହି ଯୁଦ୍ଧରେ କୁଲଦୀପଙ୍କର ସାହସିକତା ଯୋଗୁଁ ତାଙ୍କୁ ଭାରତ ସରକାର ମହାବୀର ଚକ୍ରରେ ସମ୍ମାନିତ କରିଥିଲା ।