Only for Entertainment

ଧର୍ମେନ୍ଦ୍ର ଏବଂ ହେମା ମାଲିନୀଙ୍କ ପରେ ବିଜେପିରେ ଏବେ ସାମିଲ ହେଲେ ସନି ଦେଓଲ, ଗୁରୁଦାସପୁରରୁ ଲଢିପାରନ୍ତି ନିର୍ବାଚନ !

48

ଫିଲ୍ମ ଅଭିନେତା ସନି ଦେଓଲ ମଙ୍ଗଳବାର ବିଜେପି ପାର୍ଟିରେ ସାମିଲ ହୋଇଛନ୍ତି । ପାର୍ଟି ତାଙ୍କୁ ଗୁରୁଦାସପୁରରୁ ନିଜ ପ୍ରତ୍ୟାଶୀ ବନାଇ ପାରନ୍ତି । ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କୁ ପାର୍ଟିର ସଦସ୍ୟତା ଦେଇଛନ୍ତି । ଏହି ମୂହୂର୍ତ୍ତରେ ସେଠାରେ ପିୟୂଶ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ । ଏହାପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସହ ସନି ଦେଓଲଙ୍କ ଭେଟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା , ଯାହାପରେ ଅଭିନେତା ବିଜେପିରେ ସାମିଲ ହୋଇଥିବା ଖବର ସାମ୍ନାକୁ ଆସିଛି ।

ଏହି ସିଟରେ ଅଭିନେତା ବିନୋଦ ଖନ୍ନା ୧୯୯୮,୧୯୯.୨୦୦୪ ଏବଂ ୨୦୧୪ରେ ବିଜେତା ହୋଇଥିଲେ , କିନ୍ତୁ ୨୦୧୭ରେ ତାଙ୍କର ଦେହାନ୍ତ ହୋଇଥିଲା ଏହାପରେ ଉପନିର୍ବାଚନ ହୋଇ କଂଗ୍ରେସ ନେତା ସୁନୀଲ ଜାଖଡେ ବିଜୟ ହାସଲ କରିଥିଲେ । ସନ୍ନି ଦେଓଲଙ୍କ ପରିବାରର ରାଜନୀତିରେ ପୁରୁଣା ଦବଦବା ରହିଛି । ତାଙ୍କ ବାପା ଧର୍ମେନ୍ଦ୍ର ବିକାନେର ବିଜେପି ସାଂସଦ ରହିଛନ୍ତି ଏବଂ ମା ହେମା ମାଲିନୀ ମଥୁରାରେ ଦ୍ୱିତୀୟ ଥର ନିର୍ବାଚନ ଲଢିବେ ।

ବିଜେପିରେ ସନ୍ନି ଦେଓଲ ସାମିଲ ହେବା ବ୍ୟତୀତ ଅଭିନେତା ଅକ୍ଷୟ କୁମାର ମଧ୍ୟ ରାଜନୀତିରେ ପ୍ରବେଶ କରିବେ ବୋଲି ଗୁଜବ ଶୁଣିବାକୁ ମିଳିଥିଲା । ମାତ୍ର ଟ୍ୱିଟ କରି ଅକ୍ଷୟ ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ରାଜନୀତିରେ ପାଦ ଦେଉନାହାନ୍ତି । ୨୦୧୪ରେ ଲୋକସଭା ନିର୍ବାଚନରେ ବିନୋଦ ଖନ୍ନା କଂଗ୍ରେସର ପ୍ରତାପ ସିଂ ବାଜବାଙ୍କୁ ହରାଇଥିଲେ । ଏହି ସିଟରେ ବିନୋଦ ଖନ୍ନାଙ୍କୁ ୪,୮.୨୫୫ ଏବଂ ବିଜେପିକୁ ୩,୪.୧୯୦ ଭୋଟ ମିଳିଥିଲା ।

ଏଥର ଲୋକସଭା ନିର୍ବାଚନ ବିଜେପିରେ ଫିଲ୍ମ କଳାକାରଙ୍କୁ ବାଜି ଲଗାଉଥିବା ଦେଖିବାକୁ ମିଳୁଛି । ସନ୍ନି ଦେଓଲ ବିଜେପିରେ ସାମିଲ ହେବା ପରେ ନିର୍ବାଚନ ଲଢିବା ତାଲିକାରେ ଆଉ ଏକ ଫିଲ୍ମ କଳାକାରଙ୍କ ନାଁ ସାମିଲ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More