Only for Entertainment

ବିଜେପିରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ସନ୍ନି ଦେଓଲ, ଟ୍ୱିଟ କରି ମୋଦୀ ଲେଖିଲେ….

39

ବଲିଉଡ଼ର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ ନିକଟରେ ବିଜେପିରେ ଯୋଗଦେଇଛନ୍ତି । ଆଉ ଏହା ପରେ ସେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏ ସାକ୍ଷାତ ବିଷୟରେ ଟ୍ୱିଟ କରିଛନ୍ତି । ସନି ଦେଓଲ ଜଣେ ନମ୍ର ତଥା ଦେଶପ୍ରେମୀ ମଣିଷ ବୋଲି କହିଛନ୍ତି ମୋଦି । ପଂଜାବର ଗରୁଦାସପୁରରୁ ସେ ବିଜୟ ଲାଭ କରିବେ ବୋଲି ଅଶା ରହିଛି । ମୋଦି ସନ୍ନିଙ୍କ ସିନେମା ଗଦରର ଲୋକପ୍ରିୟ ଡାଇଲଗ ମଧ୍ୟ ଟ୍ୱିଟ କରି ଲେଖିଛନ୍ତି, ଆମ ମତରେ ହିନ୍ଦୁସ୍ତାନ ଜିନ୍ଦାବାଦ ଥିଲା, ଅଛି ଏବଂ ଜିନ୍ଦାବାଦ ରହିବ ।

ସୂଚନା ଅନୁସାରେ ସନ୍ନି ଦେଓଲ ରବିବାର ରାତି ଅମ୍ରିତସରରେ ରାତ୍ରୀ ଯାପନ କରିବା ପରେ ଆଜି ଗୁରୁଦାସପୁର ପାଇଁ ନାମାଙ୍କନ ଭରିବେ ।ରବିବାର ସେ ଅମୃତସର ସ୍ଵର୍ଣ ମନ୍ଦିର ଦର୍ଶନ କରିଥିଲେ ଏବଂ ଆଜି ସକାଳ ୧୧ଟାରେ ନାମାଙ୍କନ ପତ୍ର ଦାଖଲ କରିବେ ।

ସୂଚନାଯୋଗ୍ୟ ବିଜେପିରେ ସାମିଲ ହେବାପରେ ସନ୍ନି ଦେଓଲଙ୍କୁ ପଞ୍ଜାବ ଗୁରଦାସପୁର ଟିକେଟ ଦିଆଯାଇଥିଲା । ସନି ଦେଓଲ ନିକଟରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More