Only for Entertainment

କୁୁଏତରେ ଫସିଥିବା ମହିଳାଙ୍କୁ ଭାରତ ଫେରାଇ ଆଣିଲେ ସନି ଦେଓଲ

3,648

ଏବେ ପୁଣି ଚର୍ଚ୍ଚା ବିଜେପି ସାଂସଦ ଥିବା ଅଭିନେତା ସନ୍ନି ଦେଓଲଙ୍କୁ ନେଇ । ପୂର୍ବରୁ ସେ ସାଂସଦ ହେବା ପରେ ଲୋକଙ୍କ ପାଇଁ କିଛି କରୁ ନଥିବାରୁ ଲୋକେ ତାଙ୍କୁ ନିନ୍ଦା କରୁଥିଲେ । କିନ୍ତୁ ଏବେ ସେ କରିଥିବା କାମ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ଜଣେ ଭାରତୀୟ ମହିଳା କୁଏତ୍‌ରେ ଫସିଥିବା ଜାଣି ସେ ତାଙ୍କୁ ସାହାଯ୍ୟ କରିବା ସହ ଭାରତ ଫେରାଇ ଆଣିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଜଲନ୍ଧରର ଭିଖୋଓ୍ଵିଣ୍ଡ ଗାଁରେ ରହୁଥିବା ବୀଣା କୌଣସି କାମ ପାଇଁ କୁଏତ୍‌ ଯାଇଥିବା ବେଳେ ସେଠାରେ ଫସି ଯାଇଥିଲେ । ଭାରତ ଆସିବାକୁ ଚାହିଁ ମଧ୍ୟ ସେ ଆସି ପାରୁନଥିଲେ । ବୀଣାଙ୍କ ପରିବାର ଲୋକେ ଏନେଇ ସନ୍ନିଙ୍କୁ ଜଣାଇବା ସହ ତାଙ୍କୁ ସାହାଯ୍ୟ ମାଗିଥିଲେ । ଏହା ପରେ ସନ୍ନି କୁଏତ୍‌ରେ ଥିବା ଭାରତୀୟ ଦୂତାବାସ୍‌କୁ ସଂପର୍କ କରିଥିଲେ । ଯାହା ପରେ ବୀଣାଙ୍କୁ କୁଏତ୍‌ରୁ ଖୋଜା ଯାଇ ଭାରତ ପଠା ଯାଇଥିଲା । ଗୁରୁବାର ବୀଣା ସୁରକ୍ଷିତ ଭାବେ ନିଜ ଘରକୁ ଫେରିଥିବା ଜଣା ପଡ଼ିଛି । ଏହି ଖବର ପ୍ରସାର ହେବା ପରେ ସମସ୍ତେ ଏବେ ସନ୍ନିଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More