Only for Entertainment

ଫିଲ୍ମରେ କ୍ରୁ ମେମ୍ବରଙ୍କ ଭୁଲ ପାଇଁ କ୍ଷମା ମାଗିଲେ ସନି ଲିଓନ

Zee News
63

ନିକଟ ଅତୀତରେ ସନି ଲିଓନଙ୍କୁ ନେଇ ଆମେ ଆପଣଙ୍କୁ ଏକ ଖବର ଦେଇଥିଲୁ । ଖବର ମୁତାବକ ଫିଲ୍ମ ‘ଅର୍ଜୁନ ପଟିୟାଲା’ର ଆଇଟମ ଡ୍ୟାନ୍ସରେ ସନି ଏକ ମୋବାଇଲ ନମ୍ବର କହୁଛନ୍ତି । ସେହି ନମ୍ବରକୁ ଶୁଣିବା ପରେ ଦିନକୁ ୪୦୦ରୁ ଅଧିକ ଥର ଫୋନ କଲ ଆସିବରେ ଲାଗିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମୋବାଇଲ ନମ୍ବର ସନିଙ୍କର ନୁହେଁ ବରଂ ଅନ୍ୟ ଜଣେ ବ୍ୟକ୍ତିଙ୍କର । ଯାହାକୁ ଧ୍ୟାନ ଦେଇ ନଥିଲେ ଫିଲ୍ମର କ୍ରୁ ମେମ୍ବର । ଏହା ଜଣେ ବାହାର ବ୍ୟକ୍ତିଙ୍କର, ଯାହାଙ୍କର ଫିଲ୍ମ ସହିତ କୌଣସି ସଂପର୍କ ନାହିଁ ।

 

ଚଳଚ୍ଚିତ୍ରରେ ପ୍ରକାଶ କରାଯାଇଥିବା ନମ୍ବରଟି ବାସ୍ତବରେ ଦିଲ୍ଳୀ ବାସିନ୍ଦା ପୁନିତ ଅଗ୍ରଓ୍ଵାଲଙ୍କର।ପୁନିତ ସେହି ଚଳଚ୍ଚିତ୍ରର ନିର୍ମାତା ଓ ସନ୍ନି ଲିଓନିଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ଶୁକ୍ରବାରରୁ ରବିବାର ମଧ୍ୟରେ ତାଙ୍କ ନିକଟକୁ ପ୍ରାୟ ୨୦୦ ରଙ୍ଗ୍‌ କଲ୍‌ ଆସିଛି ବୋଲି। ସେମାନେ ସମସ୍ତେ କଲ୍‌ କରି ଅଭିନେତ୍ରୀ ସନ୍ନିଙ୍କୁ ଖୋଜିଥିଲେ।ନିକଟରେ ଏକ ସାକ୍ଷାତ୍‌କାରରେ ଅଭିନେତ୍ରୀ ସନ୍ନି ପୁନିତଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ‘ମୁଁ ଦୁଃଖିତ ଯେ ଆପଣଙ୍କୁ ଏପରି ସମସ୍ୟାର ସାମ୍ନା କରିବାକୁ ପଡ଼ିଲା। ମୁଁ ଭାବିନଥିଲି ଆପଣ ଏପରି ଅସୁବିଧାରେ ପଡ଼ିବେ ବୋଲି। ଆଶ୍ଚର୍ଯ୍ୟ ଲାଗୁଛି ଯେ ଲୋକମାନେ ଏଭଳି ଭାବେ କଲ୍‌ ବି କରୁଛନ୍ତି!’

 

ଉଲ୍ଲେଖଯୋଗ୍ୟ, ‘ଅର୍ଜୁନ ପଟିଆଲା’ ସିନେମାର ଏକ ଦୃଶ୍ୟରେ ସନ୍ନି  ଏକ ନମ୍ବର କହି ତାହାକୁ ତାଙ୍କ ନିଜ ନମ୍ବର ବୋଲି ପ୍ରକାଶ କରିଥିଲେ। ତା’ପରେ ସନ୍ନିଙ୍କ ପ୍ରଶଂସକମାନେ ପୁନିତଙ୍କୁ କଲ୍‌ କରି ବିରକ୍ତ କରିପକାଇବା ପରେ ପୁନିତ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More