Only for Entertainment

ସୋସିଆଲ ମିଡିଆରେ ନିଆଁ ଲଗାଇଲା ସନି ଲିଓନ ଏବଂ ପତି ଡାନିଏଲଙ୍କ ଡ୍ୟାନ୍ସ ଭିଡ଼ିଓ ।

ndtv
92

ସନି ଲିଓନଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ୧୮ ମିଲିଅନ ଫ୍ୟାନ ହୋଇ ଯାଇଛନ୍ତି । ଏହି ଖୁସିରେ ସନି ତାଙ୍କ ପତି ଡାନିଏଲ ବିବରଙ୍କ ସହିତ ଏକ ଭିଡ଼ିଓ ଶେୟାର କରିଛନ୍ତି । ସନି ଲିଓନ ଏବଂ ତାଙ୍କ ପତି ଡାନିଏଲ ସିମ୍ବା ଫିଲ୍ମର ଗୀତ ଆଁଖ ମାରେରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ତେବେ ଇଂଷ୍ଟାଗ୍ରାମରେ ୧୮ ମିଲିଅନ ଫ୍ୟାନ ହେବା ଖୁସିରେ ସନି ଏହି ଭିଡ଼ିଓ ଫ୍ୟାନ୍ସଙ୍କ ସହିତ ଶେୟାର କରିଛନ୍ତି ।

 

View this post on Instagram

 

Thanks everyone 18million!! Woohoo! Time to dance and celebrate with @dirrty99 Love all 18 million of you! ?

A post shared by Sunny Leone (@sunnyleone) on

ଗତକାଲି ଅର୍ଥାତ ୨୦ ଜାନୁୟାରୀକୁ ସନି ଏହି ଭିଡ଼ିଓ ଶେୟାର କରିଥିଲେ । ଗୋଟିଏ ଦିନ ମଧ୍ୟରେ ଏହି ଭିଡ଼ିଓକୁ ୧୪ ଲକ୍ଷରୁ ଅଧିକ ଥର ଦେଖାସରିଛି । ଏହା ସହିତ କ୍ୟାପ୍ସନରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସନି । ସନି ସିମ୍ବାର ଯେଉଁ ଗୀତରେ ଡ୍ୟାନ୍ସ କରିଛନ୍ତି ତାହା ରିମିକ୍ସ ଭର୍ସନ ।

କହିରଖୁଛୁଯେ ସନି ଏବେ ଟୋଟାଲ ଧମାଲର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ, ମାଧୁରୀ ଦିକ୍ଷୀତ, ରିତେଶ ଦେଶମୁଖ, ଅରଶଦ ବାର୍ସୀ, ଜନି ଲିଭର ଏବଂ ଜାଭେଦ ଜଫରୀ ପ୍ରମୁଖ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହା ବ୍ୟତୀତ ନିକଟରେ ସନିଙ୍କ ଜୀବନୀ ଉପରେ ନିର୍ମାଣ ହୋଇଥିବା ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଖବର ଅନୁସାରେ ଖୁବଶୀଘ୍ର ସନି ଏହାର ଦ୍ୱିତୀୟ ସିଜନ ଆରମ୍ଭ କରିବେ । ଏହା ବ୍ୟତୀତ ସନି ସାଉଥ ଇଣ୍ଡିଆନ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More