Only for Entertainment

ଇଂଟରନେଟରେ ଲିକ ହେଲା ସନି ଲିଓନଙ୍କ ଫିଲ୍ମ କିରନଜୀତ କୌର: ଦ ଅନଟୋଲ୍ଡ ଷ୍ଟୋରୀ ।

bollywood tadka
0 44

ବଲିଉଡରେ ସନି ଲିଓନଙ୍କ ଜୀବନୀ ଉପରେ ନିର୍ମିତ ହୋଇଥିବା ଫିଲ୍ମ କିରନଜୀତ କୌର: ଦ ଅନଟୋଲ୍ଡ ଷ୍ଟୋରୀ ଇଂଟରନେଟରେ ଲିକ ହୋଇଯାଇଛି । ଫିଲ୍ମରେ ତାଙ୍କ ପିଲା ଦିନରୁ ଆରମ୍ଭ କରି ଏଡଲ୍ଟ ଜୀବନକୁ ନେଇ ଛପା ଯାଇଥିବା କାହାଣୀକୁ ଦର୍ଶାଯାଇଛି । ଖବର ଅନୁସାରେ ପ୍ରଥମେ ତାଙ୍କ ଜୀବନୀକୁ ଫିଲ୍ମ ଭାବରେ ନିର୍ମାଣ କରିବାକୁ ସେ ରାଜି ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ କେବଳ ୱେବ ସିରିଜ ନିର୍ମାଣ କରିବାକୁ ସନି କହିଥିଲେ । ଯାହାପରେ ଏହାକୁ କେବଳ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରାଗଲା ।

ଫିଲ୍ମ ବିବାଦ ମଧ୍ୟକୁ ଆସିଥିଲା ଏବଂ କୌର ସରନେମ ହଟାଇବାକୁ ମଧ୍ୟ କୁହାଯାଇଥିଲା । ୟୁଟ୍ୟୁବରେ ଫିଲ୍ମର ଟ୍ରେଲରକୁ ଜବରଦସ୍ତ ରେସପନ୍ସ ମଧ୍ୟ ମିଳିଥିଲା ।

ସବୁଠାରୁ ଖାସ କଥା ହେଉଛି ସନି ଲିଓନ ବିଗ ବସ ଆସିବା ପରେ ତାଙ୍କୁ ଫିଲ୍ମ ମିଳିଥିଲା । ପ୍ରଥମେ ମହେଶ ଭଟ୍ଟ ତାଙ୍କ ଘରକୁ ଯାଇ ଫିଲ୍ମର ଅଫର ଦେଇଥିଲେ । ଏହାପରେ ସନି ହିନ୍ଦୀ ସିନେମା ଜଗତରେ ପାଦ ଦେଇଥିଲେ । ସେ ଜିସ୍ମ ଟୁ,ରାଗିଣୀ ଏମଏମଏସ ଟୁ,ଏକ ପହେଲି ଲୀଲା ଭଳି କେତେକ ଫିଲ୍ମ କଲେ । ବଲିଉଡ ଫିଲ୍ମ କଥା ଆଷଳାଚନା କରିବା ତ ସନି ଶେଷ ଥର ପାଇଁ ସଲମାନଙ୍କ ଭାଇ ଅରବାଜଙ୍କ ସହିତ ଫିଲ୍ମ ‘ତେରା ଇନ୍ତଜାର’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More