Only for Entertainment

ରିଲିଜ ହେଲା ସନ୍ନି ଲିଓନଙ୍କ ବାୟୋପିକ ଟ୍ରେଲର ।

Deccan Chronicle
0 87

ଅଭିନେତ୍ରୀ ସନ୍ନି ଲିଓନିଙ୍କ ଉପରେ ଆଧାରିତ ବାୟୋପିକର ଟ୍ରେଲର ରିଲିଜ ହୋଇଯାଇଛି । ୱେବ ସିରିଜ ଜରିଆରେ ଆଡଲ୍ଟ ଷ୍ଟାର ହେବା ଠାରୁ ଆରମ୍ଭ କରି ବଲିଉଡରେ ଏଂଟ୍ରି ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଏହି ଫିଲ୍ମ ଜରିଆରେ ଦେଖାଯାଇଛି । ବିଦେଶରେ ପିଲାଟି ଦିନରୁ ସ୍କୁଲରେ ପିଲାଙ୍କ ଠାରୁ କମେଂଟ ଶୁଣି ଏବଂ ଟଙ୍କା ଅଭାବ କାରଣରୁ ଆଡଲ୍ଟ ଷ୍ଟାର ହୋଇଥିବା ପୂରା କାହାଣୀ ଦେଖିବାକୁ ମିଳିବ ଏହି ଫିଲ୍ମର ୱେବ ସିରିଜ ଜରିଆରେ । ୱେବ ସିରିଜ କରନଜିତ କୌର-ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନି ଲିଓନ’ ୧୬ ଜୁଲାଇରେ ଜି୫ ଆପରେ ରିଲିଜ କରାଯିବ ।

ସନିଲିଓନ ୨୦୧୧ରେ ବିଗବସ-୫’ ଜରିଆରେ ଭାରତରେ ପ୍ରବେଶ କରିଥିଲେ ଏବଂ ଏହାପରେ ସେ ଜଣାଶୁଣା ଚେହେରା ପାଲଟି ଯାଇଥିଲେ । ବିଗବସ ଜରିଆରେ ସେ ମହେଶ ଭଟ୍ଟଙ୍କ ଫିଲ୍ମ ‘ଜିସ୍ମ-୨’ରେ ନଜର ଆସିଥିଲେ । ଏହିଭଳି ଅନେକ ଫିଲ୍ମରେ ଆଇଟମ ସଙ୍ଗରେ ମଧ୍ୟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More