ବଲିଉଡ ପରେ ପରେ ସନି ଲିଓନ ଏବେ ଟଲିଉଡରେ ମଧ୍ୟ ଦମଦାର ଡ୍ୟାନ୍ସ ଦେଖାଇ ଲୋକଙ୍କୁ ଦିୱାନା କରି ସାରିଲେଣି । ଏବେ ସେ ଟଲିଉଡର ଗୋଟିଏ ପରେ ଗୋଟିଏ ଫିଲ୍ମରେ ନଜର ଆସୁଛନ୍ତି । ସନି ଲିଓନଙ୍କ ମଥୁରା ରାଜା ରିଲିଜ ହୋଇ ସାରିଛି । ଯେଉଁଥିରେ ଏକ ଖାସ ଗୀତରେ ନଜର ଆସିଛନ୍ତି ସନି । ସନି ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ଫ୍ୟାନ୍ସ ଡ୍ୟାନ୍ସ ଦେଖି କ୍ରେଜି ହୋଇ ଯାଇଥିବା ଦେଖିବାକୁ ମିଳିଛି । କାରଣ ହେଉଛି ସ୍କ୍ରିନ ଉପରେ ସନିଙ୍କ ଡ୍ୟାନ୍ସ ନମ୍ବର ।
ସନି ମଥୁରା ରାଜା ବ୍ୟତୀତ ଅନ୍ୟ ଏକ ଫିଲ୍ମରେ ମଧ୍ୟ ନଜର ଆସିବେ । ଯାହାକୁ ନେଇ ନିକଟରେ ସନି ଘୋଷଣା କରିଥିଲେଯେ ତାଙ୍କର ପ୍ରଥମ ମଲାୟାଲାମ ଫିଲ୍ମ ରଙ୍ଗୀଲାର ସୁଟିଂ ଫେବୃୟାରୀରେ ଆରମ୍ଭ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶକ ହେଉଛନ୍ତିି ସନ୍ତୋଷ ନାୟର ।
କହିରଖୁଛୁଯେ ସନି ତାମିଲ ଫିଲ୍ମ ବୀରମାଦେବୀରେ ଡେବ୍ୟୁ କରିବାକୁ ଯାଉଛନ୍ତି ଯାହା ଖୁବଶୀଘ୍ର ରିଲିଜ ହେବ ।