Only for Entertainment

ପ୍ରଥମଥର ଏହି ଅନ୍ଦାଜରେ ନଜର ଆସିଲେ ସନି ଲିଓନି

Latestly
0 44

ବଲିଉଡ ଅଭିନେତ୍ରୀ ସନି ଲିଓନିଙ୍କ ସାଉଥ ଇଣ୍ଡିଆନ ଫିଲ୍ମ ‘ବୀରମାଦେବୀ’ର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି । ସନି ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ଏହି ଫଟୋକୁ ସେୟାର କରିଚନ୍ତି । ଏହା ସହିତ ସେ ଲେଖିଛନ୍ତି ‘ଏହାକୁ ଆପଣଙ୍କ ସହିତ ସେୟାର କରିବା ପାଇଁ ଅଧିକ ଉତ୍ସୁକ ଥିଲି । ବୀରମାଦେବୀର ପ୍ରଥମ ପୋଷ୍ଟର ।’ ପୋଷ୍ଟରେ ସନି ଲିଓନି ଯୋଦ୍ଧା ଚରିତ୍ରରେ ନଜର ଆସିଛନ୍ତି ।


ତେଲଗୁ-ତାମିଲ ନିର୍ମିତ ଏହି ଫିଲ୍ମକୁ ମଲୟାଲମ, କନ୍ନଡ ଏବଂ ହିନ୍ଦୀ ଭାଷାରେ ରିଲିଜ କରାଯିବ । ଏହା ପୂର୍ବରୁ ସନି ଅନେକ ସାଉଥ ଫିଲ୍ମର ଗୀତରେ ନଜର ଆସିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ସନି କୌଣସି ସାଉଥ ଫିଲ୍ମରେ ଲିଡ ରୋଲରେ ନଜର ଆସିବେ । ଫିଲ୍ମର ସୁଟିଂ ଏବେ ଚାଲିଥିବା ବେଳେ ନିର୍ଦ୍ଦେଶକ ବି ସି ୱାଡିବୁଡ୍ୟାନ ଫିଲ୍ମରେ ଖୁବ ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି ।

ଫିଲ୍ମରେ ଉଚ୍ଚ କୋଟୀର ଭଜୁଆଲ ଇଫେକ୍ଟ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ପିରିୟଡ ଡ୍ରାମା ଫିଲ୍ମ ବକିସ ଅଫିସରେ ସଫଳ ହୋଇଛି । ତେବେ ଦେଖିବାକୁ ବାକି ରହିଲା ସନିଙ୍କ ଏହି ଫିଲ୍ମ ବକ୍ସ ଅଫିସରେ କେତେ ସଫଳ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More