Only for Entertainment

ବଲିଉଡ ଅଭିନେତ୍ରୀ ସନି ଲିଓନିଙ୍କୁ ପସନ୍ଦ ଭାରତ ଟିମର ଏହି ଖେଳାଳୀ !

31

ବଲିଉଡ ଅଭିନେତ୍ରୀ ସନି ଲିଓନି ଆଜିକାଲି ଖୁବ ଚର୍ଚ୍ଚାରେ ରହିଛନ୍ତି । ଅନେକ ସମୟରେ ନିଜ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରନ୍ତି । ନିକଟରେ ସେ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ ସେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ସେ ଖୁବ ପସନ୍ଦ କରନ୍ତି । ମହେନ୍ଦ୍ର ସିଂ ଧୋନି ତାଙ୍କର ସବୁଠାରୁ ପସନ୍ଦିତା କ୍ରିକେଟର ଅଟନ୍ତି କାରଣ ସେ ଜଣେ ଫ୍ୟାମିଲି ମ୍ୟାନ ।

ଅସଲରେ ସନିଙ୍କୁ ଯେତେବେଳେ କ୍ରିିକେଟରଙ୍କ ବିଷୟରେ ପଚରାଯାଇଥିଲା ସେ ଧୋନିଙ୍କ ନାଁ କହିଥିଲେ । ସନି କହିଥିଲେ ଯେ ତାଙ୍କର ଏକ ସୁନ୍ଦର ଝିଅ ଅଛି ଏବଂ ସେ ଧୋନିଙ୍କୁ ତାଙ୍କ ଝିଅ ସହ ଫଟୋରେ ଦେଖିଥିଲେ । ଏହାସହ ସନି କହିଥିଲେ ଯେ ସେ ତାଙ୍କର ପ୍ରିୟ ଅଟନ୍ତି କାରଣ ସେ ସବୁବେଳେ ପରିବାର ସହ ଯୋଡି ହୋଇ ରୁହନ୍ତି ।

ଏହାସହ ସନି କହିଛନ୍ତି ଯେ ସେ ଦୁଇଟି ଟିଭି ଶୋ’ ଏବଂ ନିକଟରେ ତାଙ୍କର ବ୍ୟାନରରେ ଏକ ଫିଲ୍ମ ପ୍ରସ୍ତୁତ ହେଉଛି ସେଥିରେ ମଧ୍ୟ ସେ କାମ କରୁଛନ୍ତି । ଏବେ ସେ ସାଉଥର ଦୁଇଟି ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More