‘ହଲିଉଡ ୱାଲେ ନଖରେ’ର ମ୍ୟୁଜିକ ଭିଡ଼ିଓ ରିଲିଜ । ଅଭିନୟରେ ଦର୍ଶକଙ୍କୁ ଦିୱାନା କଲେ ସନି ଲିଓନ ।
ବଲିଉଡ ଅଭିନେତ୍ରୀ ସନି ଲିଓନ ଫିଲ୍ମ ପରେ ମ୍ୟୁଜିକ ଭିଡ଼ିଓରେ ମଧ୍ୟ ନିଜର ଜଲୱା ଦେଖାଉଛନ୍ତି । ନିକଟରେ ସନି ଲିଓନଙ୍କ ‘ହଲିଉଡ ୱାଲେ ନଖରେ’ର ମ୍ୟୁଜିକ ଭିଡ଼ିଓ ରିଲିଜ ହୋଇଛି । ଏହା ଏକ ପଂଜାବୀ ଗୀତ । ଗୀତର ଗାୟକ ହେଉଛନ୍ତି ଉପେଶ ଜଙ୍ଗୱାଲେ । ଏହି ଗୀତରେ ସନିଙ୍କ ହଟ ଅନ୍ଦାଜ ନଜର ଆସିଛି । ତେବେ ସନିଙ୍କ ଏହି ଅନ୍ଦାଜ ଦର୍ଶକଙ୍କୁ ଦିୱାନା କରିଛି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
କହିରଖୁଛୁଯେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ସନି ଲିଓନ ପଂଜାବୀ ଗୀତରେ ନିଜର ଜଲୱା ଦେଖାଇ ସାରିଛନ୍ତି । ଏହା ପୂର୍ବରୁ ସନି ଲିଓନ ସାଢୀ ୱାଲେ ଗୀତରେ ମଧ୍ୟ ନଜର ଆସିଥିଲେ ।