Only for Entertainment

ଦିଲଜିତ ଦୋସାଂଝଙ୍କ ସହ ଠୁମକା ଲଗାଉଥିବାର ନଜର ଆସିବେ ସନି ଲିଓନ !

35

ସନି ଲିଓନ ଅନେକ ସମୟ ହେବ ବଡ ପରଦାରୁ ଗାୟବ ଅଛନ୍ତି, ଏବେ ଦିଲଜିତ ଦୋସାଂଝଙ୍କ ଆଗାମୀ ଫିଲ୍ମ ଅର୍ଜୁନ ପଟିୟାଲାରେ ଠୁମକା ଲଗାଉଥିବାର ଦେଖିବାକୁ ମିଳିଛି । ସନି ଏବଂ ଦିଲଜିତଙ୍କ ଏହି ଆଇଟମ ନମ୍ବରର ବୋଲ ରହିଛି କ୍ରେଜି ହବିବି vs ଡିସେଂଟ ମୁଣ୍ଡା । ଗୀତକୁ ଗାଇଛନ୍ତି ବେନି ଦୟାଲ ଏବଂ ଗୀତରେ ମ୍ୟୁଜିକ କମ୍ପୋଜ କରିଛନ୍ତି ସଚିନ ଜିଗର । ଫିଲ୍ମର ଗୀତ ଗତକାଲି ରିଲିଜ ହେବ ।

ସନି ଲିଓନ ଅନେକ ଦିନ ପରେ ନଜର ଆସିବେ । ନିକଟରେ ସନିଙ୍କ ନାଁ କୋବରା ପୋଷ୍ଟର କଂଟ୍ରୋବର୍ସିରେ ଆସିଥିଲା , ଯେଉଁଥିରେ କୋବରା ପୋଷ୍ଟ ଏକ ଷ୍ଟିଙ୍ଗ ଅପରେସନରେ କହିଥିଲେ କିଭଳି ଷ୍ଟାରମାନେ ରାଜନୀତି ପାର୍ଟି ପାଇଁ ଟଙ୍କା ନେଇ ପ୍ରଚାର କରିଛନ୍ତି । ପୁଣିଥରେ ସନି ଏବେ ପରଦାରେ ନଜର ଆସିବେ । ସନି ଏବଂ ତାଙ୍କର ଆଇଟମ ନମ୍ବର ସେମିତି ବି ଚର୍ଚ୍ଚାରେ ରହିଥାଏ । ନିକଟରେ ସନି ଲିଓନଙ୍କ ବିଷୟରେ ଗୁଜବ ଶୁଣିବାକୁ ମିଳିଥିଲା ଯେ ଅରବାଜ ଖାନ ସନିଙ୍କୁ ଦବଙ୍ଗ୩’ର ଆଇଟମ ଗୀତ ପାଇଁ ନେବାକୁ ଚାହୁଁଛନ୍ତି, ମାତ୍ର ସଲମାନଙ୍କ ଜିଦ ଥିଲା ଯେ ମୌନୀ ଏହି ଆଇଟମ ସଙ୍ଗରେ ନଜର ଆସିବେ । ଏହିକାରଣରୁ ସନିଙ୍କ ନାଁ ଏହି ଲିଷ୍ଟରୁ ବାହାରି ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More