Only for Entertainment

ଶିକ୍ଷା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି ସନ୍ନି ଲିଓନି, ଶିଶୁମାନଙ୍କ ପାଇଁ ଖୋଲିବେ ସ୍କୁଲ !

google
30

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି କସମେଟିକ୍ ବ୍ୟବସାୟ ପରେ ଏବେ ବହୁତ ଶିଘ୍ର ଶିକ୍ଷା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି । ଶୁଣିବାକୁ ମିଳୁଛି କି, ସନ୍ନି ଏବେ ଏକ ସ୍କୁଲ ଖୋଲିବାକୁ ଯାଉଛନ୍ତି । ସନ୍ନି ଲିଓନି ଶିଶୁ ମାନଙ୍କୁ ଖୁବ ଭଲ ପାଆନ୍ତି ଓ ତିନୋଟି ଶିଶୁଙ୍କର ମା’ ମଧ୍ୟ ଅଟନ୍ତିି ।

ସନ୍ନି ଏହି କଥାକୁ ଭଲ ଭାବରେ ବୁଝନ୍ତି ଯେ, ଶିଶୁଙ୍କ ଶିକ୍ଷା ବିକାଶ ପାଇଁ ଆରମ୍ଭର କିଛି ବର୍ଷ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ । ସେଥିପାଇଁ ସେ ସେମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ଚିନ୍ତା କରିଛନ୍ତି । ସନ୍ନି ଏହି ସ୍କୁଲ ପାଇଁ ବହୁତ ସମୟ ଦେବା ସହ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି । ସେ ନିଜେ ଏହାର ଫିଚର୍ସ, ଇଣ୍ଟେରିୟର ଓ ଅନ୍ୟ ସୁବିଧା ଗୁଡିକ ଉପରେ କାମ କରିଛନ୍ତି ।

ସନ୍ନି ଓ ତାଙ୍କ ପତି ଡାନିୟଲଙ୍କ ପାଇଁ ଏହି ସ୍କୁଲ କୌଣସି ସ୍ୱପ୍ନ ଠାରୁ କମ୍ ନୁହେଁ । ଏହି ସ୍କୁଲ ଏକ ଆର୍ଟ ସ୍କୁଲ ନୁହେଁ, ଏହା ଏକ ପ୍ଲେ ସ୍କୁଲ ଅଟେ । ସେ କହିଛନ୍ତି କି, ଆମର ଲକ୍ଷ ପିଲାମାନେ ସବୁ ସୁବିଧାର ଏକା ସହିତ ଲାଭ ଉଠାନ୍ତୁ, କାରଣ ଏହା ଦ୍ୱାରା ପିଲାଙ୍କର ଶାରୀରିକ ବିକଶ ହେବା ସହ ବୁଦ୍ଧିର ମଧ୍ୟ ବିକାଶ ହୋଇପାରିବ । ପିଲାମାନେ କେବଳ ବହି ପାଠ ଭିତରେ ସୀମିତ ନରୁହନ୍ତୁ, ଆମେ ଚାହୁଁଛୁ କି ସେ ନିଜେ ଦୁନିଆ ବିଷୟରେ ସବୁ ଜାଣନ୍ତୁ ଓ  ନୂଆ ନୂଆ ଜିନିଷ ଶିଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More