ସନି ସିଂ-ସୋନାଲୀ ସେହଗଲଙ୍କ ଫିଲ୍ମ ‘ଜୟ ମମ୍ମି ଦୀ’ର ପୋଷ୍ଟର ରିଲିଜ, ଏହି ଦିନ ହେବ ରିଲିଜ
ଅଭିନେତ୍ରୀ ସୋନାଲି ସେହଗଲ ଏବଂ ଅଭିନେତା ସନି ସିଂ ଖୁବଶୀଘ୍ର ଫିଲ୍ମ ‘ଜୟ ମମ୍ମି ଦୀ’ରେ ରୋମାନ୍ସ ସହିତ କମେଡ଼ି କରୁଥିବାର ନଜର ଆସିବେ । ଦୁଇଜଣଙ୍କ ଏହି ଫିଲ୍ମ ଆସନ୍ତା ବର୍ଷ ୧୭ ଜାନୁୟାରୀ ୨୦୨୦ରେ ରିଲିଜ ହେବ । ପୋଷ୍ଟର ସହିତ ଏହି ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହି ଫିଲ୍ମରେ ଦୁଇଜଣଙ୍କ ମା ସେମାନଙ୍କ ପାଇଁ ଚିନ୍ତାରେ ରହୁଥିବା ଦେଖିବାକୁ ମିଳିବ ।
Maa Ka Pyaar Bigaade, Par Kabhi Suna Hai Maa Hi Pyaar Bigaade! ?#JaiMummyDi hitting the theatres on 17th Jan, 2020!@Navjotalive @mesunnysingh @SonnalliSeygall #SupriyaPathak @poonamdhillon @LuvFilms @TSeries @luv_ranjan @gargankur @itsBhushanKumar pic.twitter.com/2g4XH0p9Aj
— Jai Mummy Di (@JaiMummyDi) September 6, 2019
ପୋଷ୍ଟରରେ ଦୁଇଟି ହାତ ଏକ ଦିଲ ମିଶାଉଥିବା ଦେଖିବାକୁ ମିଳିଛି ଓ ଏହା ସହିତ ଦୁଇଟି ହାତ ସେମାନଙ୍କୁ ବିଛିନ୍ନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହା ଖୁବ କୌତୁହଳପୂର୍ଣ୍ଣ । ଏଥିରେ କ୍ୟାପ୍ସନରେ ଲେଖାହୋଇଛି ମା’ର ଭଲପାଇବା ବିଗାଡ଼ିଦିଏ, କିନ୍ତୁ କ’ଣ କେବେ ଶୁଣିଛନ୍ତି ମା ପ୍ରେମ ବିଗାଡ଼ିଦିଏ?
କହିରଖୁଛୁ ସୋନାଲୀ ଏବଂ ସନି ଏହା ପୂର୍ବରୁ ମଧ୍ୟ ଫିଲ୍ମ ‘ପ୍ୟାର କା ପଂଚନାମା’ରେ ନଜର ଆସି ସାରିଛନ୍ତି । ଏହି ଫିଲ୍ମରେ ଏମାନଙ୍କ ସହିତ ପୁନମ ଢିିଲୋ ଏବଂ ସୁପ୍ରିୟା ପାଠକ ମଧ୍ୟ ନଜର ଆସିବେ ।