Only for Entertainment

ମୁକ୍ତିଲାଭ କଲା ଆଗାମୀ ଫିଲ୍ମ ‘ଉଜଡେ ଚମନ୍’ ପ୍ରଥମ ଟ୍ରେଲର୍ !

24

ପ୍ୟାର୍ କା ପଂଚନାମା – ଟୁ, ସୋନୁ କେ ଟିଟୁ କି ସ୍ୱିଟି ପରେ ଏବେ ଏକ ନୂଆ ସିନେମା ସହ ପରଦାକୁ ଆସିବାକୁ ଯାଉଛନ୍ତି ଅଭିନେତା ସନ୍ନି ସିଂ । ତାଙ୍କ ଆଗାମୀ ଫିଲ୍ମର ଟାଇଟେଲ୍ ରହିଛି ‘ଉଜଡେ ଚମନ୍’ । ଫିଲ୍ମରେ ଜଣେ ଚନ୍ଦା ଯୁବକ ଚରିତ୍ରରେ ନଜର ଆସିବେ ସନ୍ନି । ଏହି ଫିଲ୍ମର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । କୁମାର୍ ମଙ୍ଗତ୍ ପାଠକଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ପାଠକ ।


ଏଥିରେ ସନ୍ନି ସିଂଙ୍କ ବ୍ୟତୀତ ମାନବି ଗାଙ୍ଗରୁ, ସୌରଭ୍ ଶୁକ୍ଲା, ଅତୁଲ୍ କୁମାର୍, ଗ୍ରୁସା କପୁର୍ ଆଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ୮ ନଭେମ୍ବରରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More