Only for Entertainment

ଗୁରୁ ଦିବସରେ ‘ସୁପର ୩୦’ର ନୂଆ ପୋଷ୍ଟର । ଛାତ୍ରଙ୍କ ସହିତ ନଜର ଆସିଲେ ଋତିକ ।

aajtak
0 61

ଆଜି ଅର୍ଥାତ ୫ ସେପ୍ଟେମ୍ବରକୁ ଋତିକଙ୍କ ଅଭିନୀତ ଫିଲ୍ମ ‘ସୁପର ୩୦’ର ୩ଟି ପୋଷ୍ଟର ରିଲିଜ ହୋଇଛି । ସମସ୍ତ ଫଟୋରେ ସେ ତାଙ୍କ ଛାତ୍ରଙ୍କ ସହିତ ନଜର ଆସିଛନ୍ତି । ପ୍ରଥମ ନଜରରେ ପୋଷ୍ଟର ଏବଂ ଋତିକ ରୋଶନଙ୍କ ଲୁକ ଖୁବ ଇମ୍ପ୍ରେଶିଭ ଅନୁଭବ ହେଉଛି ।

ସୁପର ୩୦ରେ ଋତିକ ଜଣେ ଶିକ୍ଷକଙ୍କ ଚରିତ୍ରରେ ନଜର ଆସିବେ । ତେଣୁ ଏହି ଖାସ ଦିନରେ ପୋଷ୍ଟରକୁ ରିଲିଜ କରାଯାଇଛି । ଏହି ସମସ୍ତ ପୋଷ୍ଟରରେ ଏକ ବାର୍ତ୍ତା ମଧ୍ୟ ଲେଖାଯାଇଛିଯେ,ଏବେ ରାଜାଙ୍କ ପୁଅ ରାଜା ହେବେ ନାହିଁ,ରାଜା ସେହି ହେବ ଯିଏ ସେଥିପାଇଁ ହକଦାର ।

ଫିଲ୍ମ ୨୦୧୯ ଜାନୁୟାରୀ ୨୫କୁ ରିଲିଜ କରାଯିବ । ଏହି ଫିଲ୍ମରେ ଋତିକ ସଂସ୍ଥାପକ ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସିବେ । ଆନନ୍ଦ ପ୍ରତିବର୍ଷ ୩୦ ଜଣ ଆଇଆଇଟି ପିଲାଙ୍କୁ ମାଗଣାରେ କୋଚିଂ ଦିଅନ୍ତି ଯେଉଁମାନେ ଗରିବ ଶ୍ରେଣୀର ପିଲା । ତାଙ୍କ ଶିକ୍ଷାରେ ପ୍ରାୟ ପିଲା ଆଇଆଇଟିରେ ସିଲେକ୍ଟ ମଧ୍ୟ ହୋଇଥାନ୍ତି । ମୃଣାଳ ଠାକୁର ଋତିକଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।

ଏହି ଫିଲ୍ମରେ ଋତିକ ପ୍ରଥମ ଥର ଜଣେ ବିହାରୀ ଚରିତ୍ରରେ ନଜର ଆସିବେ । ସୁଟିଂ ପୂର୍ବରୁ ଋତିକ ଆନନ୍ଦ କୁମାରଙ୍କୁ ସାକ୍ଷାତ କରିଥିଲେ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ବିକାଶ ବହଲ । ଏହା ପୂର୍ବରୁ ସେ କ୍ୱିନ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More