Only for Entertainment

ପ୍ରଶଂସା ସାଉଁଟୁଛି ‘ସୁପର ୩୦’, ବିହାର ଏବଂ ରାଜସ୍ଥାନ ପରେ ଏବେ ଏହି ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ।

48

ବଲିଉଡ ଆକ୍ଟର ହ୍ରିତିକ ରୋଶନଙ୍କ ଫିଲ୍ମ ସୁପର ୩୦’ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ଏହି କାରଣରୁ ଫିଲ୍ମ ସପ୍ତାହ ମଧ୍ୟରେ ୧୦୦ କୋଟି ଅତିକ୍ରମ କରି ସାରିଲାଣି । ହ୍ରିତିକଙ୍କ ଫିଲ୍ମରେ ଯୋଗୀ ସରକାର ମଧ୍ୟ ଖୁସି ହୋଇ ଯାଇଛନ୍ତି । ଆଜ୍ଞା ହଁ ଏହା ଆମେ କହୁନାହୁଁ, ବରଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମ ସୁପର ୩୦କୁ ଟ୍ୟାକ୍ସ ଫ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

 

ପ୍ରଥମେ ଖବର ଥିଲାଯେ ଏହି ଫିଲ୍ମକୁ ବିହାର ସରକାର ଟ୍ୟାକ୍ସ ଫ୍ରି କରି ଦେଇଥିଲେ । ବିହାର ପରେ  ରାଜସ୍ଥାନ ସରକାର ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିଲେ । ଚଳିତ ଖବର ଅନୁସାରେ ଯୋଗୀ ଆଦିତ୍ୟନାଥ ମଧ୍ୟ ଫିଲ୍ମକୁ ଉତ୍ତର ପ୍ରଦେଶରେ ଟ୍ୟାକ୍ସ ଫ୍ରି କରି ଦେଇଛନ୍ତି । ହ୍ରିତିକଙ୍କ ଫିଲ୍ମରେ ଯୋଗୀ ସରକାର ମଧ୍ୟ ଖୁସି ହୋଇ ଯାଇଛନ୍ତି । ସରଳ ଭାଷାରେ ଏହାର ଅର୍ଥ ହେଉଛି ଉତ୍ତର ପ୍ରଦେଶରେ ଲୋକ ଏବେ ଏହି ଫିଲ୍ମକୁ ଶସ୍ତାରେ ଫିଲ୍ମ ଘରେ ଦେଖି ପାରିବେ ।

 

ଫିଲ୍ମରେ ହ୍ରିତିକ ରୋଶନଙ୍କ ବ୍ୟତୀତ ମୃଣାଳ ଠାକୁର ଏବଂ ପଙ୍କଜ ତ୍ରିପାଠୀ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମର କାହାଣୀ ଏଭଳି ଏକ ଶିକ୍ଷକର ଯିଏ ଧନୀ ପିଲାଙ୍କୁ ପଢାଇବାର କାମ ଛାଡ଼ି ଗରୀବ ପିଲାମାନଙ୍କ ପଢାନ୍ତି ଯେଉଁ ମାନଙ୍କର ଆର୍ଥିକ ପରିସ୍ଥିତି ଖୁବ ଦୁର୍ବଳ ଥାଏ । ହ୍ରିତିକ ରୋଶନ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସିଛନ୍ତି ଯାହାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More