Only for Entertainment

ଦେଶର ସମସ୍ତ ଶିକ୍ଷକଙ୍କୁ ସମର୍ପିତ ଅଟେ ଏହି ସୁପର୩୦ଫିଲ୍ମ, କହିଲେ ଆନନ୍ଦ କୁମାର !

zeenews
0 27

ଚର୍ଚ୍ଚିତ ଶିକ୍ଷଣ ସଂସ୍ଥାନ ‘ସୁପର୩୦’ର ସଂସ୍ଥାପକ ଆନନ୍ଦ କୁମାରଙ୍କ ଉପରେ ନିର୍ମିତ ବାୟୋପିକ ‘ସୁପର୩୦’ର ପ୍ରଥମ ପୋଷ୍ଟର ଆଜି ରିଲିଜ ହୋଇଛି । ଏହାକୁ ଜାରି କରି ଆନନ୍ଦ କୁମାର କହିଛନ୍ତି ଏହି ଫିଲ୍ମ ଦେଶର ସମସ୍ତ ଶିକ୍ଷକଙ୍କୁ ସମର୍ପିତ ଅଟେ, ଯିଏ କି ଶିକ୍ଷା ମାଧ୍ୟମରେ ରାଷ୍ଟ୍ର ନିର୍ମାଣ କରିବାରେ ସାହାଯ୍ୟ କରୁଛନ୍ତି । ଏହାସହ ସେ କହିଛନ୍ତି ଏହି ଫିଲ୍ମ ଆଗାମୀ ବର୍ଷ ୨୫ଜାନୁଆରୀରେ ରିଲିଜ ହେବାକୁ ଯାଉଛି ।
ଆନନ୍ଦଙ୍କୁ ବିଶ୍ୱାସ ଯେ ହ୍ରିତିକ ରୋଶନ ଏହି ସିନେମାରେ ନିଜ ଦମଦାର ଅଭିନୟ ଜରିଆରେ ଦର୍ଶକ ଙ୍କୁ ଉପଦେଶ ଦେଇ ପାରିବାରେ ସକ୍ଷମ ହେବେ ଯେ ଶିକ୍ଷା ହିଁ ସମସ୍ତ ସମସ୍ୟାର ସମାଧାନ ଅଟେ ।

ଏହି ସୁପର୩୦’ର ପୋଷ୍ଟର ରିଲିଜ ହେବା ପରେ ଉତ୍ସାହିତ ଆନନ୍ଦ ମିଡିଆକୁ କହିଛନ୍ତି ଯେ ଏହି ଫିଲ୍ମ ମାଧ୍ୟମରେ ନା କେବଳ ନିରାଶ ଯୁବକଙ୍କୁ ମୁକୁଳିବାକୁ ପ୍ରୟାସ କରାଯିବ, ମାତ୍ର ଏହା ଶିକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ କରି ଦେଶକୁ ପ୍ରଗତି ପଥରେ ନେବା ଲାଗି ସଫଳ ମଧ୍ୟ ହେବ ।

ଏଠାରେ ଆମେ କହି ରଖୁଛୁ ଯେ ଆନନ୍ଦ କୁମାର ପ୍ରତି ବର୍ଷ ୩୦ଜଣ ଗରିବ ପିଲା ଆଇଆଇଟିର ମାଗଣା ଶିକ୍ଷା ପ୍ରଦାନ କରନ୍ତି । ଏପରିକି ଆନନ୍ଦଙ୍କୁ ଏଥିପାଇଁ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More