Only for Entertainment

ସର୍ଭିସ ଟ୍ୟାକ୍ସ ନଦେବାରୁ ମେହେଶ ବାବୁୁଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଖାତାକୁ ଆଟାଚ କଲେ ଜିଏସଟି ବିଭାଗ ।

inn
16

ତେଲୁଗୁ ସିନେମା ଜଗତର ସୁପରଷ୍ଟାର ମହେଶ ବାବୁ ଏବେ ହରଡଘଣାରେ ପଡିଛନ୍ତି। ହାଇଦ୍ରାବାଦ୍‌ ଜି ଏସ୍‌ ଟି କମିଶନରେଟ୍‌ ମହେଶ ବାବୁଙ୍କ ନାଆଁରେ ଥିବା ଦୁଇଟି ବ୍ୟାଙ୍କ୍‌ ଖାତାକୁ ଆଟାଚ୍‌ କରି ଦେଇଛନ୍ତି। କୁହାଯାଉଛି ଯେ ୨୦୦୭-୦୮ ଆର୍ଥିକ ବର୍ଷରେ ମହେଶ ବାବୁ ସେବା କର ଦେଇ ନାହାଁନ୍ତି। ଏହି କାରଣରୁ ତାଙ୍କ ବିରୁଦ୍ଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

mahesh-babu

ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ହାଇଦ୍ରାବାଦ୍‌ କମିଶନରେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ ମହେଶ ବାବୁଙ୍କ ଉପରେ ମୋଟ୍‌ ୧୮ ଲକ୍ଷ ୫୦ ହଜାର ଟଙ୍କାର କର ବକେୟା ଥିଲା। ସେ ବ୍ରାଣ୍ଡ ଆମ୍ବାସାଡର୍‌, ଉତ୍ପାଦର ପ୍ରମୋସନ୍‌ ଓ ବିଜ୍ଞାପନ ଆଦି ବାବଦରେ କୌଣସି କର ଦେଇ ନଥିଲେ। ଏହି କାରଣ ତାଙ୍କ ଉପରେ ଥିବା ବକେୟା ଟିକସ ଓ ତା’ର ସୁଧ ଓ ଆର୍ଥିକ ଦଣ୍ଡ ଆଦିକୁ ମିଶାଇ ମୋଟ୍‌ ୭୩ ଲକ୍ଷ୫୦ ହଜାର ଟଙ୍କା ଆଦାୟ କରାଯିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଏଥିପାଇଁ ମହେଶ ବାବୁଙ୍କର ଆକ୍‌ସିସ୍‌ ବ୍ୟାଙ୍କ୍‌ ଓ ଆଇ ସି ଆଇ ସି ଆଇ ବ୍ୟାଙ୍କ୍‌ ଖାତାରୁ ଏହି ଟଙ୍କା ନିଆଯାଇଥିବା ଜଣାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More