Only for Entertainment

ଅପକମିଂ ଫିଲ୍ମ ଦରବାର ସହ ପରଦାକୁ ଫେରିଲେ ରଜନୀକାନ୍ତ,ପୋଲିସ ଅଫିସର ଭୂମିକାରେ ଆସିବେ ନଜର !

27

ପ୍ରାୟ ୨୭ବର୍ଷର ବ୍ୟବଧାନ ପରେ ପୁଣି ପରଦାରେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଅପକମିଂ ଫିଲ୍ମ ଦରବାରରେ ରଜନୀଙ୍କୁ ଦର୍ଶକ ଏହି ଭୁମିକାରେ ଦେଖିବାକୁ ପାଇବେ । ଏବେ ରିଲିଜ ହୋଇଛି ଫିଲ୍ମର ପ୍ରଥମ ଟ୍ରେଲର । ଯେଉଁଥିରେ ରଜନୀଙ୍କ ସେହି ପାୱାର ପ୍ୟାକ ପରଫରମାନ୍ସ ଦେଖିବାକୁ ମିଳିଛି ।

ଟ୍ରେଲରରେ ରଜନୀକାନ୍ତଙ୍କ ଦମଦାର ଆକ୍ସନ ସହ ଜବରଦସ୍ତ ଡାଏଲଗ ଶୁଣିବାକୁ ମିଳିଛି । ଯାହାକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି । ଏହାସହ ରଜନୀକାନ୍ତ ନୟନତାରାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ।

ଫିଲ୍ମରେ ସୁନୀଲ ସେଟ୍ଟୀ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ଏବଂ ସେ ନେଗେଟିଭ ଭୂମିକା ପାଇଁ କଠିନ ପରିଶ୍ରମ କରିଛନ୍ତି । ଏହାସହ ପ୍ରତୀକ ବବର ଏବଂ ୟୋଗୀ ବାବୁ ମଧ୍ୟ ଏହି ଫିଲ୍ମରେ ଅଭିନୟ କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ତାମିଲ, ତେଲୁଗୁ, ହିନ୍ଦୀ ଏବଂ ମାଲୟଲାମ ଭାଷାରେ ୧୦ଜାନୁଆରୀ ୨୦୨୦ରେ ସାରା ଦେଶରେ ରିଲିଜ ହେବ । ଫିଲ୍ମରେ ଏଆର ମୁରୁଗାଦୋଶ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More