Only for Entertainment

ପ୍ରଥମ ଥର ସଲମାନ କରିବାକୁ ଯାଉଛନ୍ତି ଏଭଳି ଏକ କାମ, ଜାଣିଲେ ଆପଣ ମଧ୍ୟ ଖୁସି ହୋଇଯିବେ ।

21

ବଲିଉଡ ଆକ୍ଟର ସଲମାନ ଖାନ କେବଳ ଫିଲ୍ମରେ ସୁପରହିଟ ନୁହଁନ୍ତି ବରଂ ଟିଭି ଚ୍ୟାନେଲରେ ମଧ୍ୟ ସେ ବେଶ ଜଣାଶୁଣା । ରୋମାନ୍ସ ହେଉ ବା କମେଡ଼ି ବା ଆକ୍ସନ ସେ ପ୍ରତ୍ୟେକୁ ରୋଲକୁ ଖୁବ ସୁନ୍ଦର ଭାବରେ ପରିବେଷଣ କରନ୍ତି । ଟିଭିରେ ବିଗ ବସ ଏବଂ ଦଶ ମା ଦମ ଭଳି ଶୋ’ରେ ହୋଷ୍ଟ କରି ସେ ଦର୍ଶକଙ୍କୁ ହୃଦୟରେ ଅନ୍ୟ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏବେ ନିଜେ ସେ କପିଲ ଶର୍ମା ଶୋ’ ନିର୍ମାଣ କରିଛନ୍ତି । କିନ୍ତୁ ବର୍ତ୍ତମାନର ଖବର ଅନୁସାରେ ସଲମାନ ନିଜେ ଏକ ଟିଭି ଚ୍ୟାନେଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଖବର ଅନୁସାରେ ସଲମାନ ଖାନ ନୂଆ ଟିଭି ଚ୍ୟାନେଲ ଲଂଚ କରିବାକୁ ପ୍ରସ୍ତୁତ । ଏଥିପାଇଁ ତାଙ୍କୁ ଖୁବ ସାରା ତଥ୍ୟର ଆବଶ୍ୟକତା ରହିଛି । ତାଙ୍କ ପ୍ରଡକ୍ସନ ହାଉସ ଏସକେଟିଭି କପିଲ ଶର୍ମା ଶୋ’କୁ ପ୍ରଯୋଜନା କରୁଛି । ତାଙ୍କ ଫିଲ୍ମ କମ୍ପାନୀର ନାମ ସଲମାନ ଖାନ ଫିଲ୍ମ୍ । ଯଦି ତାଙ୍କୁ ଏଥିପାଇଁ ଲାଇସେନ୍ସ ମିଳିଯିବ ତେବେ ସେ କପିଲ ଶର୍ମା ଶୋ’କୁ ତାଙ୍କ ଚ୍ୟାନେଲକୁ ସିଫ୍ଟ କରିଦେଇପାରନ୍ତି ।

କେବଳ ସେତିକି ନୁହେଁ ସଲମାନ ତାଙ୍କ ଫାଉଣ୍ଡେସନ ବିଙ୍ଗ ହ୍ୟୁମାନ ପରେ ଏବେ ବିଙ୍ଗ ଚିଲଡ୍ରେନ ନାମରେ ଅନ୍ୟ ଏକ ଫାଉଣ୍ଡେସନ ଖୋଲିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି । ବର ଅନୁସାରେ ପିଲାଙ୍କର ପଢିବା ଠାରୁ ଆରମ୍ଭ କରି ସେମାନଙ୍କର ବଢିବା ପର୍ଯ୍ୟନ୍ତ ଧ୍ୟାନ ଦିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More