Only for Entertainment

ରାମ ଜେଠାମଲାନୀଙ୍କ ନିଧନରେ ଭାବୁକ ହେଲା ବଲିଉଡ, ସୋସିଆଲ ମିଡିଆରେ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

Scroll
78

ରବିବାର ଦିନ ୯୫ ବର୍ଷ ବୟସରେ ଖ୍ୟାତନାମା ଓକିଲ ରାମ ଜେଠାମଲାନୀଙ୍କର ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେବ କ୍ରମଶଃ ଅବନତି ଘଟୁଥିଲା ଏବଂ ଆଜି ପ୍ରତ୍ୟୁଷରେ ତାଙ୍କର ଦେହାନ୍ତ ହୋଇଯାଇଛି। ରାମ ଜେଠାମଲାନୀଙ୍କ ନିଧନରେ ରାଜନେତା ଠାରୁ ବଲିଉଡ ସେଲିବ୍ରିଟି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଦେଖନ୍ତୁ ଟ୍ୱିଟ-

କହିରଖୁଛୁ ଯେ,ଅନେକ ଦିନରୁ ଜେଠାମଲାନୀଙ୍କ ଉପରେ ବାୟୋପିକ ନିର୍ମାଣ ହେବ ବୋଲି ମେକର୍ସ ପ୍ରସ୍ତୁତି ଚଳାଇଥିଲେ । କିନ୍ତୁ ଏହା ପର୍ଯ୍ୟନ୍ତ ନିର୍ମାଣ ହୋଇପାରି ନାହିଁ । ସନି ସ୍କ୍ରୁବାଲାଙ୍କ ସହିତ ମିଶି ସୋହା ଅଲ୍ଲୀ ଖାନ ଏବଂ କୁନାଲ ଖେମୁ ଏହାକୁ ନିର୍ମାଣ କରିବେ । ବାୟୋପିକ ଫିଲ୍ମରେ ରାମ ଜେଠାମଲାନୀଙ୍କ ଭୂମିକାରେ କୁନାଲ ଖେମୁଙ୍କୁ ଦେଖବାକୁ ମିଳିବ । ଏହାର ନିର୍ଦ୍ଦେଶନା ଦେବେ ନ୍ୟାସନାଲ ଆୱାର୍ଡ ବିଜେତା ନିର୍ଦ୍ଦେଶକ ହଂସଲ ମେହତା ।

୧୯୨୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ସିନ୍ଧ ପ୍ରଦେଶରେ ଜନ୍ମିତ ରାଜ ଜେଠାମଲାନୀ ସୁପ୍ରିମ୍‌ କୋର୍ଟ, ହାଇକୋର୍ଟ ଏବଂ ନିମ୍ନ ଅଦାଲତମାନଙ୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ମକଦମା ଲଢ଼ିଥିଲେ। ସେ ଲଢ଼ିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକ ମଧ୍ୟରେ କେଏମ୍‌ ନାନାବତୀ ବନାମ ମହାରାଷ୍ଟ୍ର ରାଜ୍ୟ ସ୍ମରଣଯୋଗ୍ୟ। ସେ ଏଥିରେ ପ୍ରୋଜେକ୍ୟୁଟର୍‌ ଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More