Only for Entertainment

ଶ୍ରୀସନ୍ଥଙ୍କୁ ମିଳିଲା ଆଶ୍ୱସ୍ତି, ସୁପ୍ରିମ କୋର୍ଟ ଉଠାଇଲା ଆଜୀବନ ବ୍ୟାନ ।

punjab kesari
25

କ୍ରିକେଟର ଶ୍ରୀସନ୍ଥଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ସୁପ୍ରିମକୋର୍ଟ ବିସିସିଆଇ ତରଫରୁ ଲଗାଇଥିବା ବ୍ୟାନକୁ ଉଠାଇ ଦେଇଛନ୍ତି । ଅର୍ଥାତ ଶ୍ରୀସନ୍ଥ ଏବେ ପୁଣିଥରେ କ୍ରିକେଟ ଖେଳି ପାରିବେ । ଏହା ସହିତ ମାନନୀୟ ନ୍ୟାୟାଳୟ ବିସିସିଆଇର କିମିଟି ତିନି ମାସ ମଧ୍ୟରେ ଶ୍ରୀସନ୍ଥଙ୍କ ଉପରେ ଯାଂଚକୁ ନେଇ ବିଚାର କରିବା ପାଇଁ ଆଦେଶ ଦେଇଛନ୍ତି ।

ବାସ୍ତବରେ ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ତିନି ମାସ ମଧ୍ୟରେ ଦିଆଯାଇଥିବା ଦଣ୍ଡ ଉପରେ ନିଷ୍ପତ୍ତି ନେବା ପାଇଁ କୁହାଯାଇଛି । କହିରଖୁଛୁଯେ ବିସିସିଆଇ ଶ୍ରୀସନ୍ଥଙ୍କ ଉପରେ ୨୦୧୩ରେ ସ୍ପଟ ଫିକ୍ସିଂ ଦୋଷ ପାଇବା ପରେ ଆଜୀବନ କ୍ରିକେଟରୁ ବ୍ୟାନ କରାଯାଇଥିଲା । ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ସହାୟତା ଲୋଡ଼ିଥିଲେ ଶ୍ରୀ । ତେବେ ଏହା ପୂର୍ବରୁ ବିସିସିଆଇ ଶ୍ରୀଙ୍କଉପରେ ଠକେଇ, ଅସମ୍ମାନ ଏବଂ ଭ୍ରଷ୍ଟାଚାରର ଦୋଷ ଲଗାଇଥିଲେ ।

ଏବେ ଶ୍ରୀ ମିଡିଆ ସାମ୍ନାକୁ ଆସିଛନ୍ତି ଏବଂ ନିଜ ଓକିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ରିକେଟକୁ ଫେରିବାକୁ ନେଇ ଶ୍ରୀ କହିଛନ୍ତିଯେ ଯଦି ଯଦି ଲିଏଣ୍ଡର ପେସ ୪୫ ବର୍ଷରେ ଗ୍ରାଣ୍ଡସ୍ଲାମ ଖେଳି ପାରୁଛନ୍ତି ମୁଁ କାହିଁକି କ୍ରିକେଟ ଖେଳି ପାରିବି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More