Only for Entertainment

ପ୍ରିୟା ପ୍ରକାଶଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

TrueColumn
0 43

ମ୍ୟୁଜିକ ଭିଡିଓରୁ ବିବାଦ ଘେରକୁ ଟାଣି ହୋଇଥିବା ମାଲାୟଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଉକ୍ତ ଗୀତ ପାଇଁ ପ୍ରିୟାଙ୍କ ବିରୋଧରେ ହୋଇଥିବା ଅପରାଧିକ ଅଭିଯୋଗ ଉପରେ ବୁଧବାର ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ ସର୍ବୋଚ୍ଚ ଅଦାଲତ ସମାନ ଆଦେଶ ଜାରି କରିଛନ୍ତି ।

ମାଲାୟଲମ ଫିଲ୍ମ ‘ଓରୁ ଆଦର ଲଭ’ର ‘ମାଣିକ୍ୟ ମାଲାରୟା ପୁଭି’ ଶୀର୍ଷକ ଏକ ରୋମାଣ୍ଟିକ ଗୀତ ଭାଲେଣ୍ଟାଇନ ସପ୍ତାହରେ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ରାତାରତି ଇଣ୍ଟରନେଟ ସେନସେଶନ ପାଲଟି ଯାଇଥିଲେ ପ୍ରିୟା । ସ୍କୁଲ ଟାଇମ ଲଭ ଷ୍ଟୋରୀରେ ପ୍ରିୟାଙ୍କ ଚପଳାମି ସାଙ୍ଗକୁ ଆଖି ଓ ମୁଖଭଙ୍ଗୀ କୋଟି କୋଟି ହୃଦୟକୁ ଜିତିବାରେ ସଫଳ ରହିଥିଲା । ଚାରିଆଡୁ ତାଙ୍କର ପ୍ରଶଂସା ହେବାରେ ଲାଗିଥିବା ବେଳେ ଅଭିନେତ୍ରୀଙ୍କ ଏଭଳି ଭାବଭଙ୍ଗୀ ଗୀତର ଶବ୍ଦ ପ୍ରତି ଅପମାନ ସୂଚକ ବୋଲି ତେଲେଙ୍ଗାନାର କେତେକ ମୁସଲମାନ ସଙ୍ଗଠନ ଆପତ୍ତି ଉଠାଇବା ସହିତ ହାଇଦ୍ରାବାଦ ପୋଲିସ ନିକଟରେ ମାମଲା ଦାଏର କରିଥିଲେ ।

priya

ଉକ୍ତ ମାମଲାକୁ ଖାରଜ କରିବା ଲାଗି ଅଭିନେତ୍ରୀ ପ୍ରିୟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଏହାର ଶୁଣାଣି କରି ତେଲେଙ୍ଗାନା ସରକାର ଏବଂ ଅନ୍ୟମାନଙ୍କୁ ନୋଟିସ କରି ଏହି ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ।

ସେପଟେ ସୁପ୍ରିମକୋର୍ଟଙ୍କ ରାୟରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରିୟା । ସର୍ବୋଚ୍ଚ ଅଦାଲତଙ୍କ ଏହି ଆଦେଶ ତାଙ୍କ ପାଇଁ ଏକ ବଡ ଆଶ୍ୱସ୍ତି ବୋଲି ପ୍ରିୟା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More