Only for Entertainment

ସୁରତରେ ଅନୁଷ୍ଠିତ ହୋଇଯାଇଛି ‘ଓଡିଶା ପର୍ବ’ ।

youtube
0 35

ନୂଆଦିଲ୍ଲୀ ସ୍ଥିତ ଓଡିଆ ସମାଜ ପକ୍ଷରୁ ଗୁଜୁରାଟର ସୁରତରେ ଗତ ୨ ଏବଂ ୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି ଓଡିଆ ପର୍ବ । ବ୍ୟବସାୟିକ ସହର ସୁରତର ସରସନାରେ ଥିବା “Surat International Exhibition and Convention Centre (SIECC)”ରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା ।

ଓଡିଶାର କଳା, ସଂସ୍କୃତି, ସ୍ଥାପତ୍ୟ, ପରମ୍ପରା, ନୃତ୍ୟ, ସଙ୍ଗୀତ ଭଳି କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହୋଇଥିଲା । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ତଥା ଓଡ଼ିଶାର କଳା ସଂସ୍କୃତି ପ୍ରତି ଆଗ୍ରହ ରଖୁଥିବା ସୁରତବାସୀ ଲୋକେ ଏହି ଅବସରରେ ଓଡ଼ିଶାକୁ ଦେଖିବାର ସୁଯୋଗ ପାଇଥିଲେ ।

ଏହି କାର୍ଯ୍ୟକ୍ରମକୁ  ଉଦ୍‌ଘାଟନ କରିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାଣି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More