Only for Entertainment

କରଣ ସିଂ ଗ୍ରୋବରଙ୍କୁ ବିବାହ କରିବାକୁ ଚାହାଁନ୍ତି ଏହି ଟିଭି ଅଭିନେତ୍ରୀ, ସମସ୍ତଙ୍କ ସମ୍ନାରେ କଲେ ପତ୍ନୀ ବିପାଶାଙ୍କ ନକଲ

Wallpaper Clicker
0 58

ଟିଭି ଅଭିନେତ୍ରୀ ସୁରଭି ଜ୍ୟୋତି ନିକଟରେ ଏକ ଶୋ’ରେ କରଣ ସିଂ ଗ୍ରୋବରଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସୁରଭି କହିଛନ୍ତି ଯେ ସେ ବିପାଶାଙ୍କ ପତି କରଣ ସିଂ ଗ୍ରୋବରଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି ।

ସୂଚନା ଅନୁସାରେ ସୁରଭି ଚାଟ ଶୋ ‘ଟେବୁଲ ଫର ଟୁ’କୁ ନିଜ ବନ୍ଧବୀ ସୁରଭି ଚନ୍ଦନାଙ୍କ ସହିତ ପହଁଚିଥିଲେ । ଶୋ’ରେ ତାଙ୍କୁ ପଚରାଯାଇଥିଲା କରଣ ସିଂ ଗ୍ରୋବର, ଜୋରାବର ସିଂ, ବରୁଣ ତର୍କୀଙ୍କ ମଧ୍ୟରୁ କାହାକୁ ମାରିବାକୁ, କାହାକୁ ବିବାହ କରିବାକୁ ଏବଂ କାହା ସହିତ ହୁକ ଅପ କରିବାକୁ ଚାହାଁନ୍ତି ।

Surbhi-Jyoti

ସୁରଭି ଏହାର ଉତ୍ତରରେ କହିଥିଲେ ସେ ବରୁଣଙ୍କୁ ମାରିବା ପାଇଁ, ଜୋରାବରଙ୍କ ସହିତ ହୁକ ଅପ କରିବା ପାଇଁ ଏବଂ କରଣ ସିଂ ଗ୍ରୋବରଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି । କେବଳ ଏତିକି ନୁହେଁ ସେ ବିପାଶା ବସୁଙ୍କର ନକଲ କରି କହିଥିଲେ, ‘ଓ ମାଇଁ ଗଡ, ମୋ ସ୍ୱାମୀ କେଉଁଠି ଅଛ’

ସୁରଭି ଖୁବ ଶୀଘ୍ର ଏକତା କପୁରଙ୍କ ଟିଭି ଶୋ ‘ନାଗୀନ’ରେ ଇଚ୍ଛାଧାରୀ ନାଗୀନ ଭୂମିକାରେ ନଜର ଆସିବେ । ଶୋ’ରେ ‘ୟେ ହୈ ମହୋବତେଁ’ର ଅଭିନେତ୍ରୀ ଅନିତା ହସନନ୍ଦାନୀ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More