Only for Entertainment

ବ୍ରେନ ଷ୍ଟ୍ରୋକ ପରେ ଏଭଳି ଅଛି ସୁରେଖା ସୀକରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ଫିଲ୍ମ ବଧାଇ ହୋ’ ପାଇଁ ମିଳିଛି ନେସନାଲ ଆୱାର୍ଡ଼

hindirush
53

ନିକଟରେ ୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ଘୋଷଣା ହୋଇଥିଲା । ଅନ୍ଧାଧୂନ’ ପାଇଁ ଆୟୁଷ୍ମାନ ଖୁରାନା ଏବଂ ଉରି ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ଭିକ୍କି କୌଶଲଙ୍କୁ ବେଷ୍ଟ ଆକ୍ଟରର ଆୱାର୍ଡ଼ ପ୍ରଦାନ କରାଗଲା । ଆୟୁଷ୍ମାନଙ୍କ ଦ୍ୱିତୀୟ ଫିଲ୍ମ ବଧାଇ ହୋ’ ମଧ୍ୟ ଖୁବ ନା କରିଛି । ଏହି ଫିଲ୍ମକୁ ବେଷ୍ଟ ପପୁଲାର ଏଂଟରଟେନିଂ ମୁଭି କ୍ୟାଟେଗୋରୀରେ ରାଷ୍ଟ୍ରୀୟ ପୁରସ୍କାର ମିଳିଛି । ଫିଲ୍ମରେ ଆୟୁଷ୍ମାନଙ୍କ ଜେଜେମା ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ସୁରେଖା ସିକରୀଙ୍କୁ ବେଷ୍ଟ ସପୋର୍ଟିଙ୍ଗ ଆକ୍ଟ୍ରେସ କ୍ୟାଟେଗରୀରେ ରାଷ୍ଟ୍ରୀୟ ପୁରସ୍କାରେ ସମ୍ମାନିତ କରାଗଲା ।

 

 

View this post on Instagram

 

#blessings? Congratulations #surekhasikri ??

A post shared by shashank vyas (@ishashankvyas) on

ଗତବର୍ଷ ସୁରେଖାଙ୍କୁ ବ୍ରେନ ଷ୍ଟ୍ରୋକ ଆସିଥିଲା । କିନ୍ତୁ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି । ଏହାକୁ ନେଇ ଅଭିନେତ୍ରୀ କହିଛନ୍ତିଯେ ଗତବର୍ଷ ଅକ୍ଟୋବରରେ ଫିଲ୍ମ ବଧାଇ ହୋ’ ରିଲିଜ ହୋଇଥିଲା ଏବଂ ନଭେମ୍ବରରେ ତାଙ୍କୁ ହଠାତ ବ୍ରେନ ଷ୍ଟ୍ରୋକ ଆସିଥିଲା । ସୁଟିଂ ସମୟରେ ସେ ବେହୋଶ ହୋଇଗଲେ । ତେବେ ଏବେ ତାଙ୍କର ଚିକିତ୍ସା ଚାଲିଛି ଏବଂ ପୂର୍ବାପେକ୍ଷା ଭଲ ଅଛନ୍ତି । ଏହା ସହିତ ସେ କହିଛନ୍ତିଯେ ମୁଁ ଏବେ ଅଧିକ ଖାଇ ପାରୁନାହିଁ, ତେଣୁ ମୋ ଓଜନ କମ ହୋଇଯାଇଛି । କିନ୍ତୁ ମୋ ପରିବାର ମୋ ଯତ୍ନ ନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More