Only for Entertainment

ଜାଣନ୍ତୁ ପାଚିଲା ଅମୃତଭଣ୍ଡାର ଫାଇଦା, ତ୍ୱଚାକୁ ଉଜ୍ୱଳ କରିବା ସହିତ ଓଜନ ହ୍ରାସ କରିବାରେ ହୋଇଥାଏ ସହାୟକ

tastessence
0 51

ପ୍ରତ୍ୟେକ ଫଳର କିଛି ନା କିଛି ବିଶେଷ୍ୱତ ରହିଛି । ଶରୀର ସୁସ୍ଥ ରଖିବା ପାଇଁ ଡାକ୍ତର ଫଳ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଯଦି ଆପଣ ପାଚିଲା ଅମୃତ ଭଣ୍ଡାକୁ ନିଜ ଖାଦ୍ୟରେ ସାମିଲ କରିନାହାଁନ୍ତି ତେବେ ଆଜି ହିଁ ସାମିଲ କରନ୍ତୁ । ଆସନ୍ତୁ ଜାଣିବା ପାଚିଲା ଅମୃତଭଣ୍ଡାର ଉପକାରୀତା ବିଷୟରେ …

କପରି ଖାଇବେ
ଖରାଦିନରେ ଲୋକେ ବିଭିନ୍ନ ପ୍ରକାରର ଡ୍ରିଙ୍କସ ଏବଂ ଅଧିକ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଆପଣ ଚାହିଁଲେ ଅମୃତଭଣ୍ଡାର ଜୁସ ପ୍ରସ୍ତୁତ କରି ପିଇପାରିବେ । କ୍ଷୀର ସହିତ ଅମୃତଭଣ୍ଡାର ଜୁସ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳିଥାଏ । ଏହି ଡ୍ରିଙ୍କ ଓଜନ ହ୍ରାସ ଠାରୁ ଆରମ୍ଭ କରି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଖୁବ ଉପଯୋଗୀ । ଏହା ସହିତ ଆପଣ ଚାହିଁଲେ ଏହାକୁ ଫ୍ରୁଟ ସାଲାଡରେ ବ୍ୟବହାର କରିପାରିବେ । ପାଚିଲା ଅମୃତଭଣ୍ଡାରରେ ମ୍ୟାଗ୍ନେସିୟମ, ଭିଟାମିନ ସି, ଫାଇବର ଆଦି ପ୍ରଚୁର ପରିମାଣରେ ମିଳିଥାଏ । ଯାହା ତ୍ୱତାକୁ ଗ୍ଲୋ କରିବା ସହିତ ପାଚନ କ୍ରିୟାରେ ମଧ୍ୟ ସହାୟକ ହୋଇଥାଏ ।

Papaya Juice

ସ୍କ୍ରିନ କରିବ ଗ୍ଲୋ
ଆପଣ ଅମୃତଭଣ୍ଡାର ଫେସପ୍ୟାକ ବିଷୟରେ ନିଶ୍ଚିତ ଶୁଣିଥିବେ । ଏହା ଡେଡ ସେଲ ଦୂର କରିବାରେ ସହାୟକ ହୋଇଥାଏ । ଯଦି ଆପଣ ଏହାକୁ ଚେହେରାରେ ନ ଲଗାଇବା ଜୁସ କରି ପିଇବେ ତେବେ ଏହା ଆପଣଙ୍କ ସ୍କ୍ରିନ ଗ୍ଲୋ କରିବାରେ ଦୁଇ ଗୁଣା ସହାୟକ ହେବ ।

ଓଜନ ହ୍ରାସ କରିଥାଏ
ଓଜନ ହ୍ରାସ କରିବାରେ ଅମୃତଭଣ୍ଡାର ମୁଖ୍ୟ ଭୂମିକା ରହିଛି । ପାଚିଲା ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଫାଇବର ରହିଥାଏ । ଏହା ଜୁସ ଶରୀରର ଓଜନକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ । ଏହା ସହିତ ଶରୀରର ଇମ୍ୟୁନିଟି ବଢାଏ ଏବଂ ପାଚନ କ୍ରିୟାକୁ ମଜବୁତ କରିଥାଏ ।

ଯନ୍ତ୍ରଣା ଦୂର କରିଥାଏ
ପାଚିଲା ଅମୃତଭଣ୍ଡାରେ ଆଣ୍ଟି ଇନଫ୍ଲେମେଣ୍ଟି ଗୁଣ ରହିଥାଏ । ଏହା ଶରୀରର ବିଭିନ୍ନ ଯନ୍ତ୍ରଣାକୁ ଦୂର କରିବାରେ ସହାୟକ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More