Only for Entertainment

‘ହେଟ ଷ୍ଟୋରୀ-୨’ ଫେମ ଅଭିନେତ୍ରୀ ସୁରଭିନ ଚାୱଲାଙ୍କ ବିରୋଧରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଲେ ପ୍ରଯୋଜକ

PoPoPics
0 57

ଟିଭି ଏବଂ ଫିଲ୍ମ ଅଭିନେତ୍ରୀ ସୁରଭିନ ଚାୱଲାଙ୍କ ବିରୋଧର ଠକେଇ ଅଭିଯୋଗ ଆସିଛି । ପଂଜାବର ହୋଶିୟାରପୁର ପୋଲିସ ସୁରଭିନ, ତାଙ୍କ ପତି ଅକ୍ଷୟ ଠକ୍କର ଏବଂ ତାଙ୍କ ଭାଇ ମନବିନ୍ଦର ସିଂ ଚାୱଲାଙ୍କ ବିରୋଧରେ ଆପିସି ଧାରା ୪୨୦ ଅନୁଯାୟୀ କେଶ ରୁଜୁ କରିଛନ୍ତି ।

ହୋଶିୟାରପୁର ନିବାସୀ ସତପାଲ ଗୁପ୍ତା ସୁରଭିନଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ସତପାଲଙ୍କ କହିବା ଅନୁସାରେ ‘ନିଲ ବଟେ ସତ୍ରାଟା’ର ସୁଟିଂ ସମୟରେ ସେ ୪୦ ଲକ୍ଷ ଟଙ୍କା ଇନଭେଷ୍ଟ କରିଥିଲେ । କିନ୍ତୁ ଫିଲ୍ମ ରିଲିଜ ହେବା ପରେ ସୁରଭିନ, ତାଙ୍କ ସ୍ୱାମୀ ଏବଂ ତାଙ୍କ ଭାଇ ଏହାକୁ ଫେରାଇନଥିଲେ ।

surveen-chawla-director

ଖବର ଅନୁସାରେ ସୁରଭିନ ଫିଲ୍ମ ପ୍ରଯୋଜକ ସତପାଲ ଗୁପ୍ତାଙ୍କ ସହିତ ସାକ୍ଷାତ କରିଥିଲେ । ଏହାପରେ ସେ ଏହି ଫିଲ୍ମରେ ପଇସା ଲଗାଇବା ପାଇଁ ରାଜି ହୋଇଥିଲେ । ସତପାଲ ଗୁପ୍ତାଙ୍କ ଅଭିଯୋଗ ଅନୁସାରେ ଫିଲ୍ମ ରିଲିଜ ହେବାପରେ ଇନଭେଷ୍ଟ କରିଥିବା ପଇସାକୁ ଡବଲ କରି ଦିଆଯିବ ବୋଲି ତାଙ୍କୁ କୁହାଯାଇଥିଲା । ତେବେ ଫିଲ୍ମ ରିଲିଜ ହେବା ପରେ ସୁରଭିନଙ୍କ ସ୍ୱାମୀ ସତପାଲଙ୍କୁ ଦେଖା କରିବା ପାଇଁ ମନା କରିଦେଇଥିଲେ । ଏହାକୁ ନେଇ ପୋଲିସ ଏବେ ମାମଲା ରୁଜୁ କରିଥିବା ଜଣାପଡିଛି ।

Surveen-Chawla-1

କହିରଖୁଛୁ ଯେ ସୁରଭିନ ଅନେକ ହିଟ ପଂଜାବୀ ଫିଲ୍ମରେ ନଜର ଆସିଛନ୍ତି । ଏହା ସହିତ ସେ ବଲିଉଡରେ ମଧ୍ୟ ନିଜର ଜଲୱା ଦେଖାଇସାରିଛନ୍ତି । ‘ହେଟ ଷ୍ଟୋରୀ’ ସରିଜରେ ତାଙ୍କୁ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More