ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ ‘କେଦାରନାଥ’ ଆଜି ରିଲିଜ ହୋଇଥିବା ବେଳେ ଅନ୍ୟପକ୍ଷରେ ସୁଶାନ୍ତଙ୍କ ଆଗାମୀ ଫିଲ୍ମ ‘ସୋନଚିଡିଆ’ର ଟିଜର ଆଜି ଦର୍ଶକଙ୍କ ସାମ୍ନାକୁ ଆସିଛି । ନିର୍ଦ୍ଦେଶକ ଅଭିଷେକ ଚୌବେଙ୍କ ଏହି ଫିଲ୍ମ ଡକାୟତଙ୍କ ଜୀବନ ଉପରେ ଆଧାରିତ । ଯେଉଁଥିରେ ସୁଶାନ୍ତ ସିଂ ରାଜପୁତ, ଭୂମି ପେଡଣେକର, ମନୋଜ ବାଜପେୟୀ, ଅରୁଣ ଶୋରୀ ଏବଂ ଆଶୁତୋଷ ରାଣାଙ୍କ ପରି କଳକାର ନଜର ଆସିବେ ।
ଫିଲ୍ମର ଟିଜରରେ ସବୁ କଳାକାରଙ୍କ ଚରିତ୍ରର ଝଲକ ଦେଖିବାକୁ ମିଳିଛି । ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ ପ୍ରଥମ ଥର ପାଇଁ ଏକ ଡକାୟତ ଭୂମିକାରେ ନଜର ଆସିବେ । ଟିଜରରେ ସୁଶାନ୍ତ ଗୁଳି ଚଳାଉଥିବାର ଦେଖିବାକୁ ମିଳିଥିବା ବେଳେ ଆଶୁତୋଷ ରାଣାଙ୍କ ଚରିତ୍ର ଖୁବ ନକରାତ୍ମକ ଏବଂ କାଫି ଦମଦାର ରହିଛି ।
ଦେଖନ୍ତୁ ଟିଜର-