Only for Entertainment

ଥିଏଟରରେ ନୁହେଁ ନେଟଫ୍ଲିକ୍ସରେ ରିଲିଜ ହେବ ସୁଶାନ୍ତ- ଜ୍ୟାକଲିନଙ୍କ ଫିଲ୍ମ ‘ଡ୍ରାଇଭ’

DBPOST
31

ସୁଶାନ୍ତ ସିଂ ରାଜପୁତ ଏବଂ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଆଗାମୀ ଫିଲ୍ମ ଡ୍ରାଇଭ କିଛି ଦିନରୁ ଚର୍ଚ୍ଚାରେ ରହିଛି । ନିକଟରେ ଫିଲ୍ମକୁ ନେଇ ଏକ ବଡ ଘୋଷଣା କରାଯାଇଛି । ଏବେ ଏହି ଫିଲ୍ମ ସିନେମାଘରେ ରିଲିଜ ହେବା ବଦଳରେ ଭିଡିଓ ଷ୍ଟ୍ରିମିଂ ଆପ ନେଟଫ୍ଲିକ୍ସରେ ରିଲିଜ ହେବ ।

ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶନା ଏବଂ ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ନେଟଫ୍ଲିକ୍ସର ପ୍ରଥମ ଅରିଜିନାଲ ଫିଲ୍ମ ହେବ । ଅର୍ଥାତ ଯେଉଁମାନେ କେବଳ ନେଟଫ୍ଲିକ୍ସ ସବସ୍କ୍ରାଇବ ନେଇଥିବେ ସେମାନେ କେବଳ ଫିଲ୍ମ ଦେଖିପାରିବେ । ଏହାର ସୂଚନା କରଣ ଜୋହର ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଛନ୍ତି ।

ଏହାକୁ ନେଇ ନେଟଫ୍ଲିକ୍ସ ଇଣ୍ଡିଆର ନିର୍ଦ୍ଦେଶକ ସୃଷ୍ଟି ବହଲ କହିଛନ୍ତି, ‘ଆମେ ଚାହୁଁ ନେଟଫ୍ଲିକ୍ସରେ ଦେଶ ଦୁନିଆର ସମସ୍ତ ଜନରର ଫିଲ୍ମକୁ ଏକା ସହିତ ଆଣିବାକୁ ଚାହୁଁଛୁ । ଏହା ସହିତ ଆମେ ଧର୍ମା ପ୍ରଡକ୍ସନ ସହିତ ପ୍ରଥମ ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛୁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More